ଦିଲ୍ଲୀରେ ବିଜେପିରେ ମିଶିବା ପରେ ଓଡ଼ିଶା ଫେରିଛନ୍ତି ଦେବାଶିଷ ସାମନ୍ତରାୟ । ଓଡ଼ିଶା ଫେରି ବିଜେଡି ଉପରେ ବର୍ଷିଛନ୍ତି ଦେବାଶିଷ ।ଦେବାଶିଷ କହିଛନ୍ତି ଯେ, ଆଗକୁ ଦେଖନ୍ତୁ ବିଜେଡିର ଅବସ୍ଥା କଣ ହେଉଛି । ବାହାଦୁରୀ ମାରୁନି, ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ମିଳିଲେ ପୁଣିଥରେ ରାଜ୍ୟ ସଭା ଯିବି ବୋଲି କହିଛନ୍ତି ।ପୁଣି ଥରେ ଦେବାଶିଷ ସାମନ୍ତରାୟ ରାଜ୍ୟସଭା ଯିବା ନେଇ ଚର୍ଚ୍ଚା ଜୋର ଧରିଛି । ଆଉ ଏହି ଚର୍ଚ୍ଚାରେ ଖୋରାକ ଯୋଗାଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସୁଜିତ କୁମାର, ମମତା ମହନ୍ତ ଇସ୍ତଫା ଦେଇ ଆସିଥିଲେ, ପୁଣି ରାଜ୍ୟସଭା ଗଲେ । ଯିଏ ଇସ୍ତଫା ଦେଇ ଆସିଛନ୍ତି ତାଙ୍କର ବି ସମ୍ଭାବନା ରହିଛି କିନ୍ତୁ ଏନେଇ ଦଳ ବିଚାର କରିବ । ସେପଟେ ରାଜ୍ୟସଭା ନେବା ପାଇଁ ସର୍ତ୍ତରେ ବିଜେପି ଦେବାଶିଷଙ୍କୁ ନେଇଛି ବୋଲି ବିଜେଡି ବିଧାୟକ କହିଛନ୍ତି ।
