ଏଣିକି ଭିଭିଆଇପିଙ୍କ ଗସ୍ତ ସୂଚନା ଲିକ୍‌ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭିଭିଆଇପି ଗସ୍ତ ସୂଚନା ଲିକ୍‌ ନେଇ କଡ଼ା ସତର୍କତା। ସୋସିଆଲ ମିଡିଆରେ ସୁରକ୍ଷା ସୂଚନା ସେୟାର୍‌ କଲେ କଡ଼ା କାର୍ଯ୍ୟାନୁଷ୍ଠାନ। ଗୃହ ବିଭାଗ ପକ୍ଷରୁ ଡିଜିପି ଓ ଆଇଜି, ଗୁପ୍ତଚର ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।ଏନେଇ ସମସ୍ତ ଜିଲାପାଳ ଓ ଏସ୍‌ପିଙ୍କ ପାଇଁ ସତର୍କ ସୂଚନା ଜାରି ହୋଇଛି। ଭିଭିଆଇପିଙ୍କ ଗସ୍ତ ସମ୍ବନ୍ଧୀୟ ସୂଚନା ସୋସିଆଲ ମିଡିଆରୁ ଲିକ୍‌ ହେଉଥିବାରୁ ସରକାରଙ୍କ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି।ଭିଭିଆଇପିଙ୍କ ମିନିଟ୍‌-ଟୁ-ମିନିଟ୍‌ କାର୍ୟ୍ୟକ୍ରମ, ସୁରକ୍ଷା ବ୍ୟବସ୍ଥା ଓ ଅପରେସନାଲ ତଥ୍ୟ ଅନଧିକୃତ ଭାବେ ସେୟାର୍‌ ହେଲେ ଗୁରୁତର ସୁରକ୍ଷା ତ୍ରୁଟି ସୃଷ୍ଟି ହେବ ବୋଲି ସରକାର ସଚେତନ କରିଛନ୍ତି।

ଅଧିକ ପଢନ୍ତୁ