ଜୁନ୍ ମାସ ଆରମ୍ଭ ହେବରକୁ ଯାଉଛି । ପ୍ରତି ମାସ ପରି, ପରବର୍ତ୍ତୀ ମାସରେ ଦେଶରେ ଅନେକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି, ଯାହା ପ୍ରଥମ ଦିନରୁ କାର୍ଯ୍ୟକାରୀ ହେବ । ତେଲ କମ୍ପାନୀଗୁଡ଼ିକ ପ୍ରତି ମାସର ପ୍ରଥମ ଦିନରେ LPG ସିଲିଣ୍ଡରର ନୂତନ ମୂଲ୍ୟ ପ୍ରକାଶ କରନ୍ତି। ଫଳସ୍ବରୂପ, ଘରୋଇ ଏବଂ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ପରିବର୍ତ୍ତନ ଜୁନ 1 ରେ ମଧ୍ୟ ହୋଇପାରେ। ସେହିପରି ୧ ଜୁନ୍, ୨୦୨୬ ଠାରୁ, HDFC ବ୍ୟାଙ୍କ ଏହାର କରେଣ୍ଟ ଆକାଉଣ୍ଟ ଏବଂ ଅନ୍ୟାନ୍ୟ ଅନେକ ଆକାଉଣ୍ଟ ପାଇଁ ନିୟମ ପରିବର୍ତ୍ତନ କରିବ । ବ୍ୟାଙ୍କର ୱେବସାଇଟରେ ଥିବା ସୂଚନା ଅନୁଯାୟୀ, ଜୁନ୍ ୧ ତାରିଖରୁ ଛୋଟ ନୋଟ୍ ଏବଂ କ୍ୟାସ୍ ଡିପୋଜିଟ୍ ଉପରେ ଏକ ନୂଆ ଲିମିଟ୍ ସହିତ ଏକ ନୂଆ ଚାର୍ଜ ମଧ୍ୟ ଲାଗୁ ହେବ । ଏପର୍ଯ୍ୟନ୍ତ, ଏହି ଛୋଟ ନୋଟଗୁଡ଼ିକର କ୍ୟାସ୍ ଡିପୋଜିଟ୍ ଉପରେ କୌଣସି ମନ୍ଥଲି ଲିମିଟ୍ ନଥିଲା, କିନ୍ତୁ ନୋଟ୍ ଡିପୋଜିଟ୍ ଉପରେ ପ୍ରାୟ ୪% ଏବଂ କଏନ ଡିପୋଜିଟ୍ ଉପରେ ପ୍ରାୟ ୫% ଚାର୍ଜ ଲାଗୁ ହେଉଥିଲା । ଏହା ଏବେ ପରିବର୍ତ୍ତନ ହେଉଛି । ବ୍ୟାଙ୍କ ଅନୁସାରେ, ନୂଆ ନିୟମ ଅନୁଯାୟୀ, ୨୦ ଟଙ୍କା କିମ୍ବା ତା’ଠାରୁ କମ୍ ମୂଲ୍ୟର ନୋଟ୍ ପାଇଁ ଲିମିଟ୍ ପ୍ରତି ମାସରେ ୧୦,୦୦୦ ହୋଇଥିବାବେଳେ କଏନ୍ ପାଇଁ ଲିମିଟ୍ ପ୍ରତି ମାସରେ ୫,୦୦୦ ଟଙ୍କା ହେବ । ଏହି ଲିମିଟଠାରୁ ଅଧିକ କ୍ୟାସ ଡିପୋଜିଟ୍ ପାଇଁ ଆଡିସ୍ନାଲ୍ ୨% ଚାର୍ଜ ଦେବାକୁ ପଡିବ ।ବିମାନ ଟର୍ବାଇନ ଇନ୍ଧନ (ATF) ର ମୂଲ୍ୟ ମଧ୍ୟ ମାସିକ ସଂଶୋଧନ କରାଯାଏ। ଯଦି ଜୁନ ମାସରେ ATF ମୂଲ୍ୟ ବୃଦ୍ଧି ପାଏ, ତେବେ ବିମାନ ଭଡ଼ା ମଧ୍ୟ ବୃଦ୍ଧି ପାଇପାରେ। ବର୍ତ୍ତମାନ, ଦିଲ୍ଲୀରେ ଜେଟ ଇନ୍ଧନର ମୂଲ୍ୟ ପ୍ରତି କିଲୋଲିଟର 104,927 ରହିଛି।
ଜୁନ ୧ରୁ, UPI-ସମ୍ବନ୍ଧୀୟ ଠକେଇକୁ ରୋକିବା ପାଇଁ ଏକ ନୂତନ ନିୟମ କାର୍ଯ୍ୟକାରୀ କରାଯିବ। ଏବେ, ପେମେଣ୍ଟ କରିବା ସମୟରେ, କେବଳ ବ୍ୟାଙ୍କରେ ପଞ୍ଜିକୃତ ପ୍ରକୃତ ନାମ ପ୍ରଦର୍ଶିତ ହେବ। ଏହା କାଳ୍ପନିକ ନାମ ବ୍ୟବହାର କରି ଠକେଇ ମାମଲା ହ୍ରାସ କରିବ ବୋଲି ଆଶା କରାଯାଉଛି।
