କଟକ ପ୍ରେସ୍ଛକରେ ଗତ ବିଳମ୍ବିତ ରାତିରେ ବଡ଼ଧରଣର ଅଗ୍ନିକାଣ୍ଡ ହୋଇଛି । ପ୍ରେସ ଛକରେ ଥିବା ମାଛ ମାର୍କେଟ ପୋଡ଼ି ପାଉଁଶ ହୋଇଯାଇଛି । ରାତି ପ୍ରାୟ ୩ଟାରେ ହଠାତ୍ ମାଛ ଗୋଦାମରେ ନିଆଁ ଲାଗିଯାଇଥିଲା । ପାଖାପାଖି ୩୦ରୁ ଅଧିକ ମାଛ ଦୋକାନ ପୋଡ଼ିଯାଇଛି । ମାଛ ବ୍ୟବସାୟୀଙ୍କର ୫୦ରୁ ୬୦ ଲକ୍ଷ ଟଙ୍କା ନଗଦ କ୍ୟାସ୍ ଜଳି ଯାଇଛି । ବିଡା ବିଡା ଟଙ୍କା ପୋଡି ଯାଇଛି । ଏବେ ନିଆଁ ଲିଭାଇବାକୁ ୧୦ଟି ଅଗ୍ନିଶମ ବାହିନୀ ଲାଗିଛନ୍ତି । ରବିବାରରେ ଭଲ ବେପାର ହୋଇଥିବା ବେଳେ ବ୍ୟାଙ୍କ ବନ୍ଦ ଥିବାରୁ ଟଙ୍କା ରଖି ପାରିନଥିଲେ । ସମ୍ଭବତଃ ଆଜି ଟଙ୍କା ଡିପୋଜିଟ୍ କରିଥାନ୍ତେ । ତେବେ ଗତ ରାତିରୁ ନିଆଁ ଲାଗି ଯାଇଛି । ମାଛ ମାର୍କେଟ୍ ଜଳିଯିବା ଫଳରେ ବ୍ୟବସାୟୀମାଙ୍କର ସର୍ବସ୍ବ ଜଳି ଯାଇଛି । ପ୍ରାୟ ୧୭ ଜଣ ବ୍ୟବସାୟୀ ପ୍ରଭାବିତ ହୋଇଛନ୍ତି ।
