୭ ଦିନିଆ ଦିଲ୍ଲୀ ଗସ୍ତରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆଜି ସେ ଭୁବନେଶ୍ୱରରୁ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଏହି ଗସ୍ତ ରାଜନୈତିକ କାର୍ଯ୍ୟକ୍ରମ ତୁଳନାରେ ପାରିବାରିକ କାରଣ ପାଇଁ ହୋଇଥିବା ସୂଚନା ମିଳିଛି ।ସୂଚନା ଅନୁସାରେ, ନବୀନ ପଟ୍ଟନାୟକ ପ୍ରାୟ ୭ ଦିନ ଦିଲ୍ଲୀରେ ରହିବେ । ଏହି ସମୟ ମଧ୍ୟରେ ସେ ନିଜ ଭାଇଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଡାକ୍ତରମାନଙ୍କ ସହ ଆଲୋଚନା କରିପାରନ୍ତି । ତେବେ ଦିଲ୍ଲୀ ଗସ୍ତ ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ବ୍ୟକ୍ତିବିଶେଷଙ୍କ ସହ ମଧ୍ୟ ତାଙ୍କର ସାକ୍ଷାତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।
