ବର୍ଷ ୨୦୨୩ ଜୁନ୍ ୨ ତାରିଖ ।ବାଲେଶ୍ୱର ବାହାନଗା ରେଳ ସେଷ୍ଟନରେ ଘଟିଥିଲା ଭୟଙ୍କର ଟ୍ରେନ୍ ଦୁର୍ଘଟଣା

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ଖବର ସାରା ଦେଶର ଛାତିକୁ ଦୋହଲାଇ ଦେଇଥିଲା । ବର୍ଷ ୨୦୨୩ ଜୁନ୍ ୨ ତାରିଖ । ଏ ଦିନକୁ କେହି କେବେ ଭୁଲିବେ ନାହିଁ । ଏ ଦିନ ଏମିତି ଏକ କ୍ଷତ  ଦେଇଥିଲା ଯାହାର ଚିହ୍ନ କେବେ ଲିଭିବନି ।ସେଦିନ ଥିଲା ଶୁକ୍ରବାର । ସନ୍ଧ୍ୟା ପ୍ରାୟ ୭ଟା । ସ୍ଥାନ ବାଲେଶ୍ୱର ବାହାନଗା ବଜାର ରେଳ ଷ୍ଟ୍ରେସନ । ଅନ୍ଧାରକୁ ଚିରି ଟ୍ରାକ୍‌ରେ ଗଡୁଥିଲା ଟ୍ରେନ । ସମସ୍ତେ ଅପେକ୍ଷା କରିଥିଲେ ନିଜ ନିଜ ଠିକଣାକୁ । ଅଚାନକ ଶୁଭିଥିଲା ଭୟଙ୍କର ଶଦ୍ଦ । ଥରି ଉଠିଥିଲା ଅଞ୍ଚଳ । ଜୀବନ ବଞ୍ଚାଇବାକୁ ଆର୍ତ୍ତ ଚିତ୍କାର । ଚାରିଆଡେ ପଡିଯାଇଥିଲା ଚହଳ । ବାଲେଶ୍ୱରରୁ ଭଦ୍ରକ ଅଭିମୁଖେ ଯାଉଥିଲା କରମଣ୍ଡଳ ଏକ୍ସପ୍ରେସ୍ । ଏହି ସମୟରେ ବାହାନଗା ରେଳ ଷ୍ଟେସନର ଲୁପ୍ ଲାଇନ୍‌ରେ ଛିଡା ହୋଇଥିବା ଏକ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇଥିଲା ।କରମଣ୍ଡଳର ୧୯ ବଗି ଲାଇନ ବାହାରି ଛିଟକି ପଡିଥିଲା । ଦୁର୍ଭାଗ୍ୟବସତଃ ସେହି ସମୟରେ ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ବିପରୀତ ରେଳ ଧାରଣାରେ ଯାଉଥିବା ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଆଉ ତା ପରର ଦୃଶ୍ୟଥିଲା ଭୟଙ୍କର । ରକ୍ତରେ ଭିଜିଥିଲା ଟ୍ରାକ୍ । ନବନିର୍ମିତ ବାହାନଗା ଉଚ୍ଚ ବିଦ୍ୟାଳୟରେ ମୃତଦେହ ରଖା ଯାଇଥିଲା । ଶବର ପାହାଡରୁ ଖୋଜା ପଡିଥିଲେ ସମ୍ପର୍କୀୟ । ଦୁର୍ଘଟଣାରେ ୨୯୬ ଜଣଙ୍କର ମୃତ୍ୟୁ ହୋଇଥିଲା । ୧୨ ଶହରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ୨୪ ଜଣଙ୍କର ପରିଚୟ ମିଳି ପାରିନଥିଲା । ଆଜି ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ୩ ବର୍ଷ ପୂରିଛି । ଆଜି ବି ସେ କାଳ ରାତି ମନରୁ ଲିଭିନାହିଁ ।ଏହା ବିଶ୍ୱରେ ସବୁଠୁ ବଡ଼ ଟ୍ରେନ୍ ଦୁର୍ଘାଟଣା ଥିଲା ବୋଲି କୁହାଯାଏ ।

ଅଧିକ ପଢନ୍ତୁ