ଶିମିଳିପାଳରୁ ଆସିଲା ଖୁସିର ଖବର : ବାଘୁଣୀ ଜିନ୍ନତ ହେଲା ମା

ଶିମିଳିପାଳରୁ ଆସିଲା ଖୁସିର ଖବର । ବାଘୁଣୀ “ଜିନ୍ନତ” ମା ହୋଇଛି । ଗତ ୨୮ ତାରିଖରେ ସେ ୪ ଟି ଛୁଆକୁ ଜନ୍ମ ଦେଇଛି, ଯାହା ବନ୍ୟଜୀବ ପ୍ରେମୀ ଓ ବନ ବିଭାଗ ପାଇଁ ଏକ ବଡ଼ ସଫଳତା ଭାବେ ଗଣାଯାଉଛି ।ସୂଚନା ମୁତାବକ, ମହାରାଷ୍ଟ୍ର ତଡ଼ବ-ଅନ୍ଧାରି ଅଭୟାରଣ୍ୟରୁ ନଭେମ୍ବର ୨୦୨୪ରେ ଶିମିଳିପାଳ ଅଣାଯାଇଥିଲା ।ସେଠାରେ କଡ଼ା ସୁରକ୍ଷା ଏବଂ ସୁବନ୍ଦୋବସ୍ତ ମଧ୍ୟରେ ରଖାଯାଇଥିଲା । ତଥାପି ମଝିରେ ମଝିରେ ଅପ୍ରୀତିକର ପରିସ୍ଥିତି ନେଇ ଖବର ସାମ୍ନାକୁ ଆସିଥାଏ । ତାପରେ ବି ଜିନ୍ନତର ବିଶେଷ ଧ୍ୟାନ ରଖାଯାଉଥିଲା  । ଏବେ ସେ ସଫଳତାର ସହିତ ମା ହେବା ପରେ ଶିମିଳିପାଳର ବାଘ ସଂରକ୍ଷଣ ଯୋଜନାକୁ ନୂଆ ଆଶା ମିଳିଛି । ତେବେ ଜିନ୍ନତ ଏବଂ ତାଙ୍କ ୪ ଛୁଆଙ୍କ ସୁରକ୍ଷା ପାଇଁ ବିଶେଷ ସୁରକ୍ଷା ବ୍ୟବସ୍ଥା ନିଆଯାଇଛି ।ଏବେ ବାଘ ଛୁଆଙ୍କ ଆଖି ଫିଟିନି । ଆଶା କରାଯାଉଛି ଯେ ଖୁବ ଶୀଘ୍ର ସେମାନେ ଶିମିଳିପାଳ ପରିବେଶ ଓ ଜୈବ ବିବିଧତାରେ ଖାପ ଖୁଆଇବେ। ଶିମିଳିପାଳରେ ବର୍ତ୍ତମାନ ୪୦ଟି ବାଘ ଅଛି।

ଅଧିକ ପଢନ୍ତୁ