୫ ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇଲେ ପ୍ରଧାନ ବିଚାରପତି

ପ୍ରିମକୋର୍ଟରେ ମଙ୍ଗଳବାର ୫ ନୂଆ ବିଚାରପତି ଶପଥ ନେଇଛନ୍ତି। ଫଳରେ ଶୀର୍ଷ ଅଦାଲତର ମୋଟ ବିଚାରପତି ସଂଖ୍ୟା ୩୭ରେ ପହଞ୍ଚଛି। ଯାହାକି ମଞ୍ଜୁରୀପ୍ରାପ୍ତ ସଂଖ୍ୟାଠାରୁ ଗୋଟିଏ କମ୍‌। ସୁପ୍ରିମକୋର୍ଟ ପରିସରରେ ଆଜି ଜଷ୍ଟିସ ଶୀଲ ନାଗୁ, ଶ୍ରୀ ଚନ୍ଦ୍ରଶେଖର, ସଞ୍ଜୀବ ସଚଦେବା, ଅରୁଣ ପାଲ୍ଲି ଏବଂ ଭି ମୋହନାଙ୍କୁ ପ୍ରଧାନ ବିଚାରପତି ଶପଥ ପାଠ କରାଇଛନ୍ତି। ଏବେ ୨ଟି ପଦବୀ ଖାଲି ଥିବାବେଳେ ଆଇନରେ ସଂଶୋଧନ ପରେ ଖାଲି ପଦବୀ ସଂଖ୍ୟା ୬ ହୋଇଥିଲା। ୫ ବିଚାରପତିଙ୍କୁ ନିଯୁକ୍ତି ମିଳିଥିବାରୁ ସୁପ୍ରିମକୋର୍ଟରେ ଆଉ ଗୋଟିଏ ପଦବୀ ଖାଲି ରହିଛି। ଗତ ୨୭ ତାରିଖରେ ସୁପ୍ରିମକୋର୍ଟ କଲେଜିୟମ୍‌ ୫ ବିଚାରପତିଙ୍କ ନାମ ସୁପାରିସ କରିଥିବାବେଳେ ୪ ଦିନ ପରେ ସେମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।

ଅଧିକ ପଢନ୍ତୁ