ମମତାଙ୍କ ହାତରୁ ଗଲା ଟିଏମସି ! ବହିଷ୍କୃତ ଟିଏମସି ବିଧାୟକ ହେଲେ ବିରୋଧୀ ଦଳ ନେତା

ମମତା ବାନାର୍ଜୀଙ୍କୁ ଶକ୍ତ ଧକ୍କା। ଟିଏମସିରେ ବଡ଼ ଫାଟ। ଦଳରେ ମମତାଙ୍କ ବିରୁଦ୍ଧରେ ଅସନ୍ତୋଷ। ଟିଏମସିର ବିଦ୍ରୋହୀ ନେତା ରିତବ୍ରତ ବାନାର୍ଜୀ ହେଲେ ବିରୋଧୀ ଦଳ ନେତା। ବହିଷ୍କୃତ ବିଧାୟକ ରୀତାବ୍ରତ ବାନାର୍ଜୀ ଏବଂ ସନ୍ଦିପନ ସାହା ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ବୋଷଙ୍କୁ ଏକ ପତ୍ର ପ୍ରଦାନ କରି ୬୦ ଜଣ ଦଳୀୟ ବିଧାୟକଙ୍କ ସମର୍ଥନ ଦାବି କରିଛନ୍ତି। ଟିଏମସିର ଏହି ଗୋଷ୍ଠୀ ଚାରି ଜଣ ବିରୋଧୀ ଦଳ ଉପନେତା ନିଯୁକ୍ତ କରିଛି । ସେମାନେ ହେଲେ ଜାଭେଦ ଅହମ୍ମଦ ଖାନ, ଶବିନା ୟାସମିନ, ଶିଲୁ ଶାହ ଏବଂ ସନ୍ଦୀପନ ଶାହ । ଆଖରୁଜମା ଗୃହରେ ଟିଏମସିର ମୁଖ୍ୟ ସଚେତକ ହେବେ ।ଉଲ୍ଲେଖଯୋଗ୍ୟ, ମମତା ବାନାର୍ଜୀ ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କୁ ବିରୋଧୀ ଦଳ ନେତା ଭାବରେ ଘୋଷଣା କରିଥିଲେ । ଏହା ପରେ ଦଳରେ ବିଦ୍ରୋହ ହୋଇଥିଲା । ୮୦ ବିଧାୟକଙ୍କ ମଧ୍ୟରୁ ୬୦ ଜଣ ବିରୋଧୀ ଦଳ ନେତା ଭାବରେ ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କୁ ଗ୍ରହଣ କରିବାକୁ ମନା କରିଥିଲେ । ଏହା ପରେ, ରୀତବ୍ରତ ବାନାର୍ଜୀଙ୍କ ନେତୃତ୍ୱରେ ୬୦ ବିଧାୟକ ବାଚସ୍ପତି ରଥିନ୍ଦ୍ରନାଥ ବୋଷଙ୍କୁ ଭେଟି ଟିଏମସି ଉପରେ ଦାବି କରିଥିଲେ । କହିଥିଲେ, ସେମାନେ ପ୍ରକୃତ ଟିଏମସି ଏବଂ ରୀତବ୍ରତ ବାନାର୍ଜୀଙ୍କୁ ବିରୋଧୀ ଦଳ ନେତା ଭାବେ ମାନ୍ୟତା ଦିଆଯିବା ଉଚିତ । ବିଧାୟକଙ୍କ ଆବେଦନକୁ ବିଚାର କରି ବାଚସ୍ପତି ରୀତବ୍ରତ ବାନାର୍ଜୀଙ୍କୁ ବିରୋଧୀ ଦଳ ନେତା ଭାବରେ ମାନ୍ୟତା ଦେଇଥିବା ଜଣାପଡ଼ିଛି । ତେବେ ତୃଣମୂଳ କଂଗ୍ରେସ (TMC) ଭିତରେ ସୃଷ୍ଟି ହୋଇଥିବା ତୀବ୍ର ବିଦ୍ରୋହକୁ ଦବାଇବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଓ ଶକ୍ତ ପଦକ୍ଷେପ ନେଇଛନ୍ତି। ବିଧାୟକମାନଙ୍କର ଏକ ବଡ଼ ଗୋଷ୍ଠୀ ବିଦ୍ରୋହ କରିବା ପରେ, ଟିଏମସି ନେତୃତ୍ୱ ବୁଧବାର ଦିନ ପଶ୍ଚିମବଙ୍ଗରେ ପାର୍ଟିର ସମସ୍ତ ସାଂଗଠନିକ କମିଟିକୁ ତୁରନ୍ତ ପ୍ରଭାବରୁ ଭଙ୍ଗ କରିଦେଇଛନ୍ତି।

ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ସର୍ୱଭାରତୀୟ ତୃଣମୂଳ କଂଗ୍ରେସ (AITC) ନିଜର ଅଫିସିଆଲ ଏକ୍ସ (X) ହ୍ୟାଣ୍ଡେଲରେ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଲେଖିଛି, “ଗମ୍ଭୀର ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି ଯେ, ପଶ୍ଚିମବଙ୍ଗରେ ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସର ସମସ୍ତ କମିଟି ସହିତ ଏହାର ସମସ୍ତ ସମ୍ମୁଖ ସଂଗଠନ (Frontal Organizations) ଗୁଡ଼ିକୁ ତୁରନ୍ତ ପ୍ରଭାବରୁ ଭଙ୍ଗ କରାଗଲା।”

ଅଧିକ ପଢନ୍ତୁ