ଉତ୍ତରପ୍ରଦେଶ ମୁଜଫରନଗର ସ୍ଥିତ ଜିଲ୍ଲା ହସପିଟାଲରେ ଅଭାବନୀୟ ଘଟଣା । ଟଙ୍କା କେଇଟା ପାଇଁ ଡାକ୍ତର ସାଜିଲା ନରରାକ୍ଷସ । ବାକି ଟଙ୍କା ନମିଳିବାରୁ ଭାଙ୍ଗିଦେଲା ନୀରିହର ଗୋଡ଼ ।ଉତ୍ତରପ୍ରଦେଶ ମୁଜଫରନଗର ସ୍ଥିତ ଜିଲ୍ଲା ହସପିଟାଲରେ ଅଭାବନୀୟ ଘଟଣା । ଟଙ୍କା କେଇଟା ପାଇଁ ଡାକ୍ତର ସାଜିଲା ନରରାକ୍ଷସ । ବାକି ଟଙ୍କା ନମିଳିବାରୁ ଭାଙ୍ଗିଦେଲା ନୀରିହର ଗୋଡ଼ ।ମହିଳାଙ୍କ ଅଭିଯୋଗ ଅନୁଯାୟୀ, ପ୍ରାୟ ଦେଢ ମାସ ତଳେ ଜିଲ୍ଲା ହସ୍ପିଟାଲରେ ତାଙ୍କ ଝିଅର ଡାହାଣ ଗୋଡ ଅପରେସନ ହୋଇଥିଲା। ଏଥିପାଇଁ ହସ୍ପିଟାଲ କର୍ମଚାରୀ ୨୫ ହଜାର ଟଙ୍କା ଦାବି କରିଥିଲେ। ମହିଳା ଜଣଙ୍କ ଟଙ୍କା ଦେବାକୁ ଅସମର୍ଥ ଥିବାରୁ ସେମାନେ ଚିକିତ୍ସା ପାଇଁ ମନା କରିଦେଇଥିଲେ। ଜିଲ୍ଲାପାଳଙ୍କ ନିକଟରେ କାକୁତି ମୀନତି ହେବାରୁ ସେ ମାଗଣା ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଏହା ସତ୍ତ୍ୱେ ମେଡିକାଲ କର୍ମଚାରୀମାନେ ତାଙ୍କଠାରୁ କିଛି ଟଙ୍କା ନେଇଥିଲେ। ଅପରେସନ୍ ପରେ ବାକି ଟଙ୍କା ମାଗିଥିଲେ।
ରେଶମା ଟଙ୍କା ଦେବା ପାଇଁ ମନା କରିଥିଲେ । ଏହା ପରେ ଝିଅକୁ ମେଡ଼ିକାଲ୍ କର୍ମଚାରୀ ଡିସ୍ଚାର୍ଜ କରିଥିଲେ । କିଛି ଦିନ ପରେ ଚେକ୍ଅପ୍ ପାଇଁ ରେଶମା ଝିଅକୁ ଧରି ପୁଣି ଥରେ ମେଡିକାଲ୍ରେ ପହଞ୍ଚିଥିଲେ । ଅପରେସନ କରିଥିବା ଡାକ୍ତର ଚତୁର୍ବେଦୀ ଝିଅର ଆଣ୍ଠୁ ଯାଞ୍ଚ କରିଥିଲେ । ଚେକଅପ୍ ବେଳେ ଅପରେସନ କରିଥିବା ଡାକ୍ତର ଚତୁର୍ବେଦୀ ନାବାଳିକାର ଗୋଡ ଜୋର ଜବରଦସ୍ତି ମୋଡି ଦେଇଥିଲେ ।ପରେ ଏକ୍ସରେ କରିବାରୁ ନାବାଳିକାଙ୍କ ହାଡ଼ ଭାଙ୍ଗିଥିବା ଜଣାପଡ଼ିଥିଲା । ଏହାପରେ ମହିଳା ଜଣଙ୍କ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ସୁଦ୍ଧା କେହି ଶୁଣିନଥିଲେ । ଶେଷରେ ସେ ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି ।
