ପାକିସ୍ତାନରେ ଦୁଇଟି ବିସ୍ଫୋରଣ, ୨୬ ମୃତ

ଆସନ୍ତାକାଲି ପାକିସ୍ତାନରେ ସାଧାରଣ ନିର୍ବାଚନ। ଏପଟେ ନିର୍ବାଚନ ପୂର୍ବରୁ ବାଲୁଚିସ୍ତାନରେ ଦୁଇଟି ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ପ୍ରାୟ ୨୬ ଜଣ ପ୍ରାଣ ହରାଇଥିବା ବେଳେ ଆହତ ହୋଇଛନ୍ତି ଅନେକ ଲୋକ। ଏହାସହ ଅନେକ ଲୋକେ ଆହତ ହୋଇଛନ୍ତି। ଏହି ବିସ୍ଫୋରଣ ବଲୁଚିସ୍ତାନର ପଶ୍ଚିମ ଜିଲା ଖାନୋଜଇ କ୍ଷେତ୍ରରେ ସ୍ଥିତ ସ୍ୱାଧୀନ ପ୍ରାର୍ଥୀଙ୍କ କାର୍ଯ୍ୟାଳୟ ବାହାରେ ଘଟିଛି।ପୁଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, ବୋମାଟି ପ୍ରାର୍ଥୀଙ୍କ କାର୍ଯ୍ୟାଳୟ ବାହାରେ ଏକ ବ୍ୟାଗ୍‌‌ରେ ରଖାଯାଇଥିଲା।ଯେଉଁଥିରେ ନିର୍ଦ୍ଦିଷ୍ଟ ସମୟ ଦିଆଯାଇଥିଲା।ତେବେ ପ୍ରଥମ ବିସ୍ଫୋରଣରେ ଆହତମାନଙ୍କୁ ପିଶିନ ଜିଲ୍ଲାର ଖାଜାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଦେଶରେ ସଂସଦୀୟ ନିର୍ବାଚନ ହେବାକୁ ଯାଉଥିବାବେଳେ ଏହି ବିସ୍ଫୋରଣ ଆତଙ୍କ ଖେଳାଇଛି। ନିର୍ବାଚନ ଲାଗି ଦେଶରେ ପ୍ରଚାର ଅଭିଯାନ ଚାଲିଥିବାବେଳେ ଏହି ବିସ୍ଫୋରଣ ଚିନ୍ତାର କାରଣ ହୋଇଛି।

ଅଧିକ ପଢନ୍ତୁ

kc ads