ପାଟନା ସିଭିଲ କୋର୍ଟରେ ସରେଣ୍ଡର କଲେ ଖାନ୍ ସାର୍

ଚର୍ଚ୍ଚିତ ଶିକ୍ଷକ ଖାନ୍ ସାର୍ ଗୁଳିକାଣ୍ଡ ମାମଲାରେ ପାଟନା ସିଭିଲ କୋର୍ଟରେ ଆତ୍ମ ସମର୍ପଣ କରିଛନ୍ତି । ଖାନ୍ ସାରଙ୍କ ଗିରଫଦାରୀ ନେଇ ପୋଲିସ ଚଢାଉ କରିଛି । ତାଙ୍କ କୋଚିଂ ସେଣ୍ଟର ବାହାରେ ପୋଲିସ ଫୋର୍ସ ନିୟୋଜିତ ରହିଛି । ତାଙ୍କ ବିରୋଧରେ ଆର୍ମସ ଆକ୍ଟ (Arms Act) ଅଧୀନରେ ମାମଲା ରୁଜୁ କରାଯାଇଛି। ଗୁଳିଚାଳନା ମାମଲାରେ ପୋଲିସ ଦୀର୍ଘ ସମୟ ହେବ ତାଙ୍କୁ ଖୋଜୁଥିଲା। ଖାନ ସାର୍‌ ନିଜ ବଡିଗାର୍ଡ (ସୁରକ୍ଷାକର୍ମୀ) ମାନଙ୍କୁ କହି ଗୁଳିଚାଳନା କରାଇଥିବା ନେଇ ଅଭିଯୋଗ ହୋଇଛି।

ଏହି ମାମଲାରେ ପୋଲିସ ତାଙ୍କର ଦୁଇଜଣ ସୁରକ୍ଷାକର୍ମୀଙ୍କୁ ପୂର୍ୱରୁ ହିଁ ଗିରଫ କରି ଜେଲ ପଠାଇ ସାରିଛି। ଅନ୍ୟପଟେ ଖାନ ସାରଙ୍କୁ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଅନେକ ସଙ୍ଗୀନ ଦଫାରେ ମାମଲା ରୁଜୁ କରାଯାଇଥିଲା। ଗତ ଶୁକ୍ରବାର ରାତିରେ ପୋଲିସ ଟିମ ତାଙ୍କୁ ଗିରଫ କରିବା ପାଇଁ କୋଚିଂ ସେଣ୍ଟରରେ ପହଞ୍ଚିଥିଲା, କିନ୍ତୁ ସେଠାରେ ଖାନ ସାର୍‌ ନଥିଲେ। ଗିରଫଦାରୀରୁ ବର୍ତ୍ତିବା ପାଇଁ ଖାନ୍ ସାର୍ ଆଜି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଏହି ସମ୍ପୂର୍ଣ୍ଣ ବିବାଦ ଖାନ୍ ଗ୍ଲୋବାଲ୍ ଷ୍ଟଡିଜର ସଞ୍ଚାଳକ ଫୈଜଲ୍ ଖାନ୍ ଏବେ ଜ୍ଞାନ ବିନ୍ଦୁ କୋଚି’ର ନିର୍ଦ୍ଦେଶକ ରୌଶନ ଆନନ୍ଦଙ୍କ ମଧ୍ୟରେ ସୃଷ୍ଟି ହୋଇଛି । ଗତ ମଙ୍ଗଳବାର ବିଳମ୍ବିତ ରାତିରେ ୧୫ ରୁ ୨୦ ଜଣ ସଶସ୍ତ୍ର ଯୁବକ ଖାନ୍ ଗ୍ଲୋବାଲ୍ ଷ୍ଟଡିଜ୍ ପରିସରରେ ପଶି ପ୍ରବଳ ଭଙ୍ଗାରୁଜା କରିବା ସହ ପଥରମାଡ଼ କରିଥିଲେ । ହିଂସାତ୍ମକ ସଂଘର୍ଷ ସମୟରେ ଖାନ୍ ସାର୍ଙ୍କ ବଡିଗାର୍ଡମାନେ ସର୍ବସାଧାରଣରେ ଖୋଲାଖୋଲି ଭାବେ ହାତରେ ବନ୍ଧୁକ ଧରି ଫାୟାରିଂ କରୁଥିବାର ଭିଡିଓ ସାମ୍ନାକୁ ଆସିଥିଲା । ଏହି ଘଟଣା ପରେ ଖାନ୍ ସାର୍ ପ୍ରଥମେ ଦାବି କରିଥିଲେ ଯେ, ତାଙ୍କ କୋଚିଂର ସୁରକ୍ଷାକର୍ମୀଙ୍କ ମାରପିଟ୍ କରାଯିବା ପରେ ଗୁଳିମାଡ଼ ହୋଇଥିଲା । ପୋଲିସ ଖାନ୍ ସାରଙ୍କ ଦୁଇ ବଡିଗାର୍ଡ ପ୍ରଦୀପ ଏବଂ ତାଲେଶ୍ୱରଙ୍କୁ ପ୍ରଥମେ ଅଟକ ରଖି ପଚରାଉଚରା କରିବା ସେମାନେ ସତ କହିଥିଲେ । ସେମାନଙ୍କୁ ଗୁଳି ମାରିବାକୁ ନିର୍ଦ୍ଦେଶ ଖାନ୍ ସାର୍ ଦେଇଥିଲେ ।

ଅଧିକ ପଢନ୍ତୁ