ଖୁବଶୀଘ୍ର କୋଣାର୍କ ସୂର୍ଯ୍ୟମନ୍ଦିରରୁ କଢାଯିବ ବାଲି

ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କଢ଼ା ନିମନ୍ତେ ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ । ଖୁବଶୀଘ୍ର ସୂର୍ଯ୍ୟମନ୍ଦିରରୁ ବାଲି କଢ଼ା ଯିବ । ଏନେଇ ଶୁକ୍ରବାର ଏଏସ୍ଆଇ ସୁପରିଣ୍ଟେଣ୍ଡେଣ୍ଟ ଡ. ମିଲନ ଚାଓଲେ ଅନୁଧ୍ୟାନ କରିଛନ୍ତି ।ବୈଷୟିକ ଟିମ ଓ ସୂର୍ଯ୍ୟମନ୍ଦିର କୋର କମିଟି ର ସଦସ୍ୟଙ୍କ ସମେତ ଆଇଆଇଟି ଦିଲ୍ଲୀ ଓ ଆଇଆଇଟି ମାଡ୍ରାସର ପ୍ରଫେସରଙ୍କ ସମେତ ଏଏସଆଇର ବରିଷ୍ଠ ଇଂଜିନିୟର ମାନେ ଅନୁଧ୍ୟାନ କରିଛନ୍ତି।ମନ୍ଦିର ଗର୍ଭଗୃହ ମଧ୍ୟକୁ ହୋଇଥିବା ଦୁଇଟି କୋର ଡ୍ରିଲର ସ୍ଥାନକୁ ଦେଖିବା ସହ ଏହାର ସ୍ଥିତି ଯାଞ୍ଚ କରିଥିଲେ । ଏଏସଆଇ ଡିଜି କହିଛନ୍ତି ମନ୍ଦିର ଗର୍ଭ ଗୃହରୁ ବାଲି କାଢ଼ିବା ଏତେ ସହଜ ନୁହେଁ, ସମୟ ଲାଗିବ, ବୈଷୟିକ ଟିମ ଏଥିପାଇଁ ନିଷ୍ପତ୍ତି ନେବ।ଆଇଆଇଟି ମାଡ୍ରାସ ଏହି ପ୍ରକ୍ରିୟାକୁ ଯାଞ୍ଚ କରୁଥିବା ଆଇଆଇଟି ଦିଲ୍ଲୀ ର ପ୍ରଫେସର ଦୀପ୍ତି ରଞ୍ଜନ ସାହୁ କହିଛନ୍ତି । ଗର୍ଭଗୃହକୁ ଖନନ କାର୍ଯ୍ୟ ପାଇଁ ୱେଲ୍ଡର, ଷ୍ଟୋନ୍ ଡ୍ରେସର, ଷ୍ଟୋନ୍ କଟର, ଆର୍କିଟେକ୍ଚର୍ ମାନଙ୍କୁ ନିୟୋଜିତ କରାଯାଇଛି । ମନ୍ଦିର ଚୂଡ଼ାରୁ ଗର୍ଭଗୃହରେ ରହିଥିବା ବାଲି ଗୁଡିକୁ ମନ୍ଦିର ପାଦଦେଶକୁ ସୁରକ୍ଷିତ ଉପାୟରେ ପର୍ଯ୍ୟାୟକ୍ରମେ ବାହାର କରାଯିବ ।

ଅଧିକ ପଢନ୍ତୁ