ସୁଭଦ୍ରା ହିତାଧିକାରୀଙ୍କ ପାଇଁ ବଡ ଖବର। ସୁଭଦ୍ରା ହିତାଧିକାରୀଙ୍କ ସ୍କିଲ ମ୍ୟାପିଂ ହେଉଛି

ସୁଭଦ୍ରା ହିତାଧିକାରୀଙ୍କ ସ୍କିଲ ମ୍ୟାପିଂ ହେଉଛି । ଯାହା ପାଖରେ ଦକ୍ଷତା ଥିବ ଏଆଇ ଆଧାରରେ ଅନୁଧ୍ୟାନ କରି ଅନ୍ୟ ବିଭାଗ ସହ ମିଶି ମହିଳାଙ୍କ ଅର୍ଥନୈତିକ ପ୍ରଗତି ପାଇଁ କାମ କରାଯିବ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବ୍ୟବସ୍ଥାରେ ଲକ୍ଷପତି ଦିଦି ଯେମିତି ସୃଷ୍ଟି କରାଯାଇଛି, ସେମିତି ସୁଭଦ୍ରା ହିତାଧିକାରୀଙ୍କ ଅର୍ଥନୈତିକ ପ୍ରଗତି ପାଇଁ ବିଭିନ୍ନ ବିଭାଗ ସହ ଯୋଡି ହୋଇ ଉଦ୍ୟୋଗୀ ସୃଷ୍ଟି କରିବାକୁ ବିଭାଗ ଚୁକ୍ତିନାମା କରିଛୁ। ସେହିଭଳି ଯେଉଁ ସୁଭଦ୍ରା ହିତାଧିକାରୀ ୬୦ ବର୍ଷ ପାର କରିବେ, ସେମାନଙ୍କ ନାଁ ଆପେ ଆପେ ଭତ୍ତା ପୋର୍ଟାଲକୁ ଯିବ। ସେନେଇ କାମ ଚାଲିଛି। କ୍ୟାବିନେଟ ନିଷ୍ପତି ହୋଇଛି। ସାମାଜିକ ସୁରକ୍ଷା ବିଭାଗ ଏ ବାବଦରେ ଅପଡେଟ କରୁଛି। ଖୁବ ଶୀଘ୍ର ସେମାନଙ୍କୁ ଭତ୍ତା ମିଳିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ।

ଅଧିକ ପଢନ୍ତୁ