ରାୟଗଡ଼ା ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ବଡ଼ଖବର ଏବଂ ସମାଲୋଚନା ପତ୍ରିକାର ପ୍ରତିନିଧି ରଶ୍ମିରଞ୍ଜନ ଦୋରାଙ୍କ ମାତା ମନୋରମା ଦୋରାଙ୍କର ରାୟଗଡ଼ା ପିଏଚ୍ଡି କଲୋନୀସ୍ଥିତ ସରକାରୀ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ପରିବାରବର୍ଗ, ଆତ୍ମୀୟ ସ୍ୱଜନ ଏବଂ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଗଭୀର ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ସମୟରେ ତାଙ୍କ ବଡ଼ପୁଅ ଜଗଦୀଶ ଚନ୍ଦ୍ର ଦୋରା, ସାନପୁଅ ରଶ୍ମିରଞ୍ଜନ ଦୋରା, ଦୁଇ ବୋହୂ, ନାତି ନାତୁଣୀ ଓ ଅନ୍ୟାନ୍ୟ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ମନୋରମା ଦୋରାଙ୍କ ପରଲୋକ ଖବର ପାଇ ବହୁ ସାମ୍ବାଦିକ, ପରିଜନ ଓ ଶୁଭେଚ୍ଛୁ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ପରେ ତାଙ୍କ ମରଶରୀରକୁ ରାୟଗଡ଼ାସ୍ଥିତ ବ୍ରାହ୍ମଣ ସାହି ଶ୍ମଶାନକୁ ନିଆଯାଇ ସେଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ସ୍ୱର୍ଗତା ଦୋରା ଜଣେ ପରୋପକାରୀ ଓ ଧର୍ମପରାୟଣା ମହିଳା ଭାବେ ନିଜ ଗ୍ରାମ କୋଲନରା ଓ ରାୟଗଡ଼ା ଅଞ୍ଚଳରେ ବେଶ ପରିଚିତ ଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ଏହି ଦୁଃଖଦ ଘଟଣାରେ ବଡ଼ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ, ଧରିତ୍ରୀ ଖବରକାଗଜ ସମ୍ପାଦକ ତଥାଗତ ଶତପଥି,ବିଧାୟକ କାଡ୍ରାକା ଆପାଲାସ୍ବାମୀ, ବରିଷ୍ଠ ନେତା ସୁନିଲ ପଣ୍ଡା, ଦୁର୍ଗା ପଣ୍ଡା, ସରକାରୀ ଅଧିକାରୀ, ସାମ୍ବାଦିକ ଏବଂ ସମାଜସେବୀ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ସମବେଦନା ଜଣାଇଥିବାମାନଙ୍କ ମଧ୍ୟରେ ସାମ୍ବାଦିକ ବାଦଲ କୁମାର ତା, ରଞ୍ଜନ ରଥ, ସଂଗ୍ରାମ କେଶରୀ ପଟ୍ଟନାୟକ, ବି. ଶ୍ରୀନିବାସ, ଗୋପ ରଞ୍ଜନ ବକ୍ସିପାତ୍ର, କେ. ଶିବ ପ୍ରସାଦ ଦୋରା, ଆଶିଷ ରଞ୍ଜନ ପଣ୍ଡା, ଶିବ ପ୍ରସାଦ ଗୌଡ଼, ଶିବାଜୀ ଦାସ, ସନ୍ତୋଷ ଦଳେଇ, ସୁରେଶ ଦାସ, ରବୀନ୍ଦ୍ର ପାଟ୍ଟଖଣ୍ଡାଳ, ଅଜୟ ରଥ ଯୋଗେଶ୍ୱର ଦାସ, ବରିଷ୍ଠ ନାଗରିକ ମଞ୍ଚର ସଭାପତି ବିନୋଦ ପଣ୍ଡା, ବରିଷ୍ଠ ସାମ୍ବାଦିକ ତ୍ରିନାଥ ଖାଡ଼ଙ୍ଗା, ରାଜେଶ ପଟନାୟକ, ସମାଜସେବୀ ବିଦୁଲତା ହୁଇକା ଏବଂ ଭାଜପାର ପୂର୍ବତନ ଜିଲ୍ଲା ସଭାପତି ଶିବ ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ରହିଛନ୍ତି।
