ପିଏମ୍‌ ଆବାସ ହିତାଧିକାରୀଙ୍କୁ ବଡ଼ ଆଶ୍ୱସ୍ତି

ପିଏମ ଆବାସ ଯୋଜନାରେ ସହରାଞ୍ଚଳ ହିତାଧିକାରୀଙ୍କୁ ବଡ ଆଶ୍ୱସ୍ତି । ଘର ପଞ୍ଜୀକରଣ ଖର୍ଚ୍ଚ ୧%ରୁ କମ କରିବେ ରାଜ୍ୟ ସରକାର । ପିଏମଏୱାଇ-ୟୁ ୨.୦ ଅଧିନରେ ହିତାଧିକାରୀଙ୍କ ପାଇଁ ବଡ ରିହାତି ଘୋଷଣା । ୬୦ ବର୍ଗମିଟର ପର୍ଯ୍ୟନ୍ତ ଘରର ପଞ୍ଜୀକରଣ କ୍ଷେତ୍ରରେ ରିହାତି ଘୋଷଣା କରାଯାଇଛି । ଷ୍ଟାମ୍ପ ଶୁଳ୍କ ଓ ରେଜିଷ୍ଟ୍ରେସନ ଫିକୁ ମିଶାଇ ମୋଟ ଦେୟ ୧ ପ୍ରତିଶତରୁ କମ କରାଯିବ । ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଅତିରିକ୍ତ ମୁଖ୍ୟ ସଚିବ ଚିଠି ଲେଖିଛନ୍ତି । ବିଜ୍ଞପ୍ପତି ଓ ଆଦେଶ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ଅଧିକ ପଢନ୍ତୁ