ରାୟଗଡା ତା ୨୩/୦୬ (ନିପ୍ର) ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ କୁମାର ପଟ୍ଟନାୟକ। ଜଣେ ଠିକାଦାର ସନ୍ୟାସୀ ସୁବୁଦ୍ଧିଙ୍କ ଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ ବିଭାଗର ୧୦ଜଣିଆ ଟିମ୍। ଏକ ଠିକା କାମର ବିଲ କରିଦେବି କହି ଜନୈକ ଠିକାଦାରଙ୍କ ଠାରୁ ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ ପଟ୍ଟନାୟକ ୩ଲକ୍ଷ ଟଙ୍କା ଦାବି କରିଥିଲେ। ତେବେ ଏନେଇ ସଂପୃକ୍ତ ଠିକାଦାର ଭିଜିଲାନ୍ସ ରେ ଅଭିଯୋଗ କରିବା ପରେ ଆଜି ରାୟଗଡା ସହରର ଆଇଟିଆଇ କଲେଜ ନିକଟସ୍ଥ ସରକାରୀ ବାସଭବନରେ ଟଙ୍କା ଦେବା ବେଳେ ମାଡି ବସିଥିଲା ଭିଜିଲାନ୍ସ ବିଭାଗ । ନିର୍ବାହୀ ଯନ୍ତ୍ରୀ ଙ୍କ ଏକାକାଳୀନ ଭୁବନେଶ୍ୱର ଦୁଇଟି ସ୍ଥାନ ଓ ନୟାଗଡ଼ ରେ ମଧ୍ଯ ଚଢାଉ ଜାରି ରହିଛି। ଭୁବନେଶ୍ୱର ସ୍ଥିତ ଗୋଟିଏ ବିଳାସବ୍ୟସନ ଅଟ୍ଟାଳିକା ରହିଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୨ କୋଟିରୁ ଉର୍ଦ୍ଧ୍ୱ ବୋଲି। ଅନୁମାନ କରାଯାଉଛି। ଭିଜିଲାନ୍ସ ବିଭାଗର ଦୁଇ ଜଣ ଡିଏସପିଙ୍କ ସମେତ ଅନ୍ଯ ୮ଜଣ ଅଧିକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି। ସେହିପରି ନିର୍ବାହୀ ଯନ୍ତ୍ରୀଙ୍କ ବାସଭବନରେ ଥିବା ଅନ୍ଯ କାଗଜପତ୍ରକୁ ମଧ୍ଯ ଭିଜିଲାନ୍ସ ଯାଞ୍ଚ କରୁଥିବା ସୁଚନା ମିଳିଛି । ଏ ନେଇ ଆଜି ଜୟପୁର ଭିଜିଲାନସ୍ ଏସ ପି ଏସ୍ ସୁଶ୍ରୀ ଗଣମାଧ୍ୟମ କୁ ବିବୃତ୍ତି ଦେଇଥିବା ବେଳେ ତଦନ୍ତ ଚାଲିଥିବା କହିଛନ୍ତି ।
