ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା! ୧୬ ପେନ୍‌ଡ୍ରାଇଭ୍ ସହ କୋର୍ଟରେ ପହଞ୍ଚିଲା ଫାଇନାଲ୍ ଚାର୍ଜସିଟ୍

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ଫାଇନାଲ୍ ଚାର୍ଜସିଟ୍ କୋର୍ଟରେ ଦାଖଲ କଲା ପୋଲିସ । ୩୯୬ ପୃଷ୍ଠାର ଫାଇନାଲ ଚାର୍ଜସିଟ୍ ଦାଖଲ କଲା ପୋଲିସ । ଏହାସହ ୧୬ଟି ପେନ୍‌ଡ୍ରାଇଭ ମଧ୍ୟ ଦାଖଲ କରିଛି ପୋଲିସ ।ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣା ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିଲା । ଘଟଣା ପରେ ପୁଲିସ ତଦନ୍ତକୁ ଜୋରଦାର କରି ବିଭିନ୍ନ ଦିଗରୁ ଖୋଳତାଡ଼ ଆରମ୍ଭ କରିଥିଲା ।

ତଦନ୍ତ ସମୟରେ ଅନେକ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିବାବେଳେ ବୈଜ୍ଞାନିକ ଓ ପାରିପାର୍ଶ୍ୱିକ ପ୍ରମାଣକୁ ମଧ୍ୟ ସଂଗ୍ରହ କରାଯାଇଥିଲା । ଫାଇନାଲ୍ ଚାର୍ଜସିଟ୍‌ ଦାଖଲ ହେବା ପରେ ମାମଲାର ବିଚାର ପ୍ରକ୍ରିୟା ଆହୁରି ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି । ଏହି ମାମଲାରେ ଦୋଷୀଙ୍କୁ କଠୋର ଦଣ୍ଡ ମିଳିବା ସହ ମୃତ ଆଇନଜୀବୀଙ୍କ ପରିବାରକୁ ନ୍ୟାୟ ମିଳିବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି ।ସେପଟେ ଆଗାମୀ ୪ ତାରିଖକୁ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିବା ସରକାରୀ ଓକିଲ କହିଛନ୍ତି ।ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାଶଙ୍କ ସମେତ ମୋଟ୍ ୧୬ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ରାଜେନ୍ଦ୍ର କୁମାର ସାହୁଙ୍କୁ ଜାମିନ ମିଳିଛି ।

ଅଧିକ ପଢନ୍ତୁ