ଓଡ଼ିଶା ପାଇଁ ନୂଆ ପ୍ରଭାରୀ ନିଯୁକ୍ତ କରିଛି କଂଗ୍ରେସ । ଏଆଇସିସି ପକ୍ଷରୁ ବରିଷ୍ଠ ନେତା ଲାଲଜୀ ଦେସାଇଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ ନୂଆ ପ୍ରଭାରୀ ନିଯୁକ୍ତ କରାଯାଇଛି ।ସର୍ବଭାରତୀୟ କଂଗ୍ରେସ କମିଟି (AICC) ପକ୍ଷରୁ ଜାରି କରାଯାଇଥିବା ଏକ ଆଧିକାରିକ ବିଜ୍ଞପ୍ତିରେ ଏହି ସୂଚନା ପ୍ରଦାନ କରାଯାଇଛି। ଦଳୀୟ ସଂଗଠନକୁ ଅଧିକ ମଜବୁତ କରିବା ଏବଂ ଆଗାମୀ ରଣନୀତିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ହାଇକମାଣ୍ଡଙ୍କ ପକ୍ଷରୁ ଏହି ବଡ଼ ପରିବର୍ତ୍ତନ କରାଯାଇଥିବା କୁହାଯାଉଛି। ନୂଆ ପ୍ରଭାରୀ ଭାବେ ଲାଲ୍ଜୀଙ୍କ ନିଯୁକ୍ତି ପରେ ରାଜ୍ୟ କଂଗ୍ରେସ ଶିବିରରେ ଉତ୍ସାହ ପ୍ରକାଶ ପାଇଛି।୨୦୨୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଦଳୀୟ ସଂଗଠନକୁ ମଜଭୁତ କରିବା, ବୁଥ୍ ସ୍ତରରେ କର୍ମୀଙ୍କୁ ସକ୍ରିୟ କରିବା ଏବଂ ରାଜ୍ୟ ନେତୃତ୍ୱ ସହ ସମନ୍ୱୟ ବୃଦ୍ଧି କରିବା ଲାଲଜୀ ଦେଶାଇଙ୍କ ପାଇଁ ପ୍ରମୁଖ ଆହ୍ୱାନ ହେବ ।
