ଏଲଇଡି ଲାଇଟ୍ ଦୁର୍ନୀତିରେ ଗିରଫ ଠିକାଦାରଙ୍କ କଳା ସାମ୍ରାଜ୍ୟର କାହାଣୀ କୌଣସି ସିନେମାଠାରୁ କମ୍ ନୁହେଁ। ଦିନେ ଯିଏ ସାଇକେଲରେ ଘରକୁ ଘର ବୁଲି ସାଧାରଣ ବିଦ୍ୟୁତ ମିଟର୍ ରିଡିଂ ନେଉଥିଲେ, ଆଜି ସିଏ ଶହଶହ କୋଟି ଟଙ୍କାର ମାଲିକ।ଅଭିଯୋଗ ଅନୁସାରେ, ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ଛତ୍ରଛାୟାରେ ରହି ସେ କୋଟି କୋଟି ଟଙ୍କାର ଟେଣ୍ଡର ହାତେଇଥିଲେ । ଗ୍ରାଉଣ୍ଡରେ ଲାଇଟ୍ ଜଳୁ ନଥିଲେ ବି ପଞ୍ଚାୟତରୁ ଲକ୍ଷ ଲକ୍ଷ ଟଙ୍କାର ବିଲ୍ ପାସ୍ ହେଉଥିଲା । ଏହି ମହାଦୁର୍ନୀତିରେ ଆଗକୁ ଅନେକ ବଡ଼ ବଡ଼ ନେତା ଓ ଅଫିସର ସାମ୍ନାକୁ ଆସିବା ଆଶଙ୍କା କରାଯାଉଛି ।କୋଟିପତି ଠିକାଦାର ସାଜିଥିବା ବିରଜା ଇଲେକ୍ଟ୍ରିକାଲ୍ସର ମାଲିକ ଧରଣୀଧର ସାହୁଙ୍କ କାହାଣୀ ସମସ୍ତଙ୍କୁ ଚକିତ କରିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ,
୨୦୦୪ରୁ ୨୦୦୯ ମଧ୍ୟରେ ଜଣେ ସାଧାରଣ ଠିକା କର୍ମଚାରୀ ଭାବେ ମିଟର ରିଡିଂ କରୁଥିଲେ
୨୦୦୯ରେ ‘ବିରଜା ଇଲେକ୍ଟ୍ରିକାଲ୍ସ’ ଠିକା ସଂସ୍ଥା, ସବୁ ବଡ଼ ବଡ଼ ବିଦ୍ୟୁତ୍ ଯୋଗାଣ ଓ ଆଲୋକୀକରଣ କାର୍ଯ୍ୟ ହାତେଇଥିଲାସରକାରୀ ଯୋଜନାରେ ଆସୁଥିବା ସମସ୍ତ ବୈଦ୍ୟୁତିକ ଠିକା କାମ କେବଳ ‘ବିରଜା ଇଲେକ୍ଟ୍ରିକାଲ୍ସ’କୁ ମିଳୁଥିଲା୨୦୧୬ରେ ‘ଗାଁ ଆଲୁଅ’ ଯୋଜନାରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ନାଁରେ କୋଟି କୋଟିର ଘୋଟାଲା
କେବଳ ଧରଣୀଧର ନୁହଁନ୍ତି, ବିଭୂତି ଭୂଷଣ ବିଶ୍ବାଳଙ୍କ କାହାଣୀ ମଧ୍ୟ ଆହୁରି ରୋଚକ। ଏକ ସାଧାରଣ ଇଲେକ୍ଟ୍ରିକ୍ ଦୋକାନରୁ କୋଟିପତି କଣ୍ଟ୍ରାକ୍ଟର ବିଭୂତି। ଟେଣ୍ଡର ଗାଇଡ୍ଲାଇନକୁ ଜଳାଞ୍ଜଳି ଦେଇ ବିନା ଟେଣ୍ଡରରେ କରିଥିଲେ କୋଟି କୋଟି ଟଙ୍କାର କାରବାର। ପ୍ରାଥମିକ ତଦନ୍ତରୁ ପ୍ରାୟ ୩ କୋଟି ଟଙ୍କା ଆତ୍ମସାତ୍ ଅଭିଯୋଗ। ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଚଳ ଏଲ୍ଇଡିର ରକ୍ଷଣାବେକ୍ଷଣ ନକରି ମେଣ୍ଟେନାନ୍ସ ବାବଦକୁ କୋଟି କୋଟି ଟଙ୍କା ହଡ଼ପ କରିଛନ୍ତି । ବିଜେପି ନେତା ସୁଦୀପ୍ତ ପଣ୍ଡା ଏବଂ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ପୂର୍ବତନ ସରକାରଙ୍କ ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତିଙ୍କ ପ୍ରତ୍ୟକ୍ଷ ହାତ ନରହିଲେ ଜଣେ ସାଧାରଣ ବ୍ୟକ୍ତି ଏଭଳି କୋଟି କୋଟି ଟଙ୍କାର ମହାଦୁର୍ନୀତି କରିପାରିବ ନାହିଁ । ଭିଜିଲାନ୍ସ ଏହି ମାମଲାରେ ଗିରଫ କରିଥିବା ୩ ଠିକାଦାରଙ୍କ ଆୟ ଓ ସମ୍ପତ୍ତିର ଖୋଳତାଡ଼ କରୁଥିବା ଜଣାପଡ଼ିଛି ।
