ଦୁଗ୍ଧଜାତ ଦ୍ରବ୍ୟ ଲୋକଙ୍କ ଆବଶ୍ୟକତା ମେଣ୍ଟାଇ ପାରୁନି।ଏହାର ସୁଯୋଗ ନେଇ ବେପାରୀମାନେ ଅପମିଶ୍ରଣର ଆଶ୍ରୟ ନେଲେଣି। ନିମ୍ନମାନର କ୍ଷୀର ପାଉଡର୍ ସାଙ୍ଗକୁ ଭେଜିଟେବଲ୍ ଫ୍ୟାଟ୍ ମିଶ୍ରଣ କରି ଛେନା, ପନିର୍ ପ୍ରସ୍ତୁତ କରି ବଜାରକୁ ଛାଡ଼ୁଛନ୍ତି। ଯେଉଁଥିରେ ଷ୍ଟାର୍ଚ୍ଚ, ଡିଟରଜଣ୍ଟ ଓ ୟୁରିଆ ମିଶାଯାଉଛି । ଅଧିକ ସମୟ ଯାଏ ଭଲ ରଖିବା ପାଇଁ ପନିର୍ରେ ସଂରକ୍ଷକ ଓ ରଙ୍ଗ ମିଶାଇ ଦିଆଯାଉଛି । ଫଳରେ ଏହାକୁ ଖାଇବା ଦ୍ୱାରା ବ୍ୟକ୍ତିଠାରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ତେଣୁ ପନିର୍ କିଣିବା ପୂର୍ବରୁ ଏହାକୁ ଭଲ ବାବେ ପରଖି ନେବା ଉଚିତ୍ ।ପନିର୍ କିଣିବା ସମୟରେ ଏହାକୁ ସାମାନ୍ୟ ଚକଟି ନିଅନ୍ତୁ । ସିନ୍ଥେଟିକ୍ ପନିର୍ ଭାଙ୍ଗି ଭାଙ୍ଗି ଯାଉଥିବା ବେଳେ ଭଲ ପନିର୍ରେ କ୍ରିମ୍ର ସ୍ଥିତି ରହିଥିବା ଜଣାପଡିଥାଏ । ଏକ ପ୍ୟାନ୍ରେ ପାଣି ନିଅନ୍ତୁ । ସେଥିରେ ପନିର୍ ପକାଇ ଫୁଟାନ୍ତୁ । ଥଣ୍ଡା ହେବା ପରେ ଏଥିରେ କିଛି ବୁନ୍ଦା ଆୟୋଡିନ୍ ପକାଇ ଦିଅନ୍ତୁ । ଯଦି ପନିର୍ର ରଙ୍ଗ ନୀଳ ହୋଇଯାଏ, ତେବେ ଏହା କୃତ୍ରିମ ହୋଇଥାଏ ।ପନିର୍ କିଣିବା ପୂର୍ବରୁ ଏହାକୁ ଚାଖି ନେବା ଉଚିତ୍ ।ପନିର୍କୁ ଛାଣିବା ସମୟରେ ଯାଞ୍ଚ କରିପାରିବେ । ଅସଲ ପନିର୍ କମ୍ ତେଲ ଛାଡୁଥିବା ବେଳେ ନକଲି ପନିର୍ରେ ଷ୍ଟାର୍ଚ୍ଚ ଥିବାରୁ ଅଧିକ ତେଲ ଛାଡିଥାଏ । ତେବେ ସିନ୍ଥେଟିକ୍ ପନିର କ୍ଷତିକାରକ ଅଟେ । କୋଲେଷ୍ଟ୍ରଲ୍ ବୃଦ୍ଧି ସହ ହୃଦ୍ଘାତର ଆଶଙ୍କା ବଢ଼ିଯାଏ। ଆଇସିଏମ୍ଆର୍ ତଥ୍ୟ କହୁଛି, ଦେଶରେ ଉତ୍ପାଦିତ କ୍ଷୀର ମୁଣ୍ଡପିଛା ମାତ୍ର ୧୨୦ରୁ ୧୩୦ ଗ୍ରାମ। କିନ୍ତୁ ଲୋକେ ଖାଉଛନ୍ତି ୩୦୦ରୁ ୩୨୦ ଗ୍ରାମ। ୧ ଲିଟର କ୍ଷୀରରେ ସାଧାରଣତଃ ୮୦ ପ୍ରତିଶତ ପାଣି। ଏହାସତ୍ତ୍ବେ ଏତେ ପରିମାଣର ଦୁଗ୍ଧଜାତ ଦ୍ରବ୍ୟ ବିଶେଷ କରି ପନିର, ଛେନା ବଜାରରେ ବିକ୍ରି ପାଇଁ କୁଆଡ଼ୁ ଆସୁଛି? ପନିର ଖାଇବା ପରେ ୩ରୁ ୬ ଘଣ୍ଟା ଭିତରେ ନିଃଶ୍ବାସପ୍ରଶ୍ବାସ କଷ୍ଟ, ଝାଡ଼ାବାନ୍ତି, ପେଟ କାଟିବା, ପରିଶ୍ରା ନହେବା ଲକ୍ଷଣ ଦେଖାଗଲେ, ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
