ବୁର୍ଲା ଭିମସାରର ଦୁଇ ଅଧିକାରୀଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି ଚଢ଼ାଉ ହୋଇଛି । ଏହି ଚଢ଼ାଉରେ ଭିମସାରର ଏଷ୍ଟାବ୍ଲିସମେଣ୍ଟ ଅଫିସର ଧନୁର୍ଦ୍ଧର ବିଶ୍ୱାଳ ଏବଂ ଷ୍ଟିୱାର୍ଡ ସୁପରିନଟେଣ୍ଡେଣ୍ଟ ଅଶ୍ୱିନୀ ମେହେରଙ୍କ ନାମ ସାମ୍ନାକୁ ଆସିଛି ।ଅଶ୍ୱିନୀ ମେହେରଙ୍କ ୫ଟି ଓ ଧନୁର୍ଧର ବିଶ୍ୱାଳଙ୍କ ୪ ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି। ଧନୁର୍ଧର ବିଶ୍ୱାଳଙ୍କ ସମ୍ଵଲପୁର ସ୍ଥିତ ଦୁଇ ମହଲା ଘର, ଗୁଡେସିଙ୍ଗା ସ୍ଥିତ ଘର, ଭିମସାର ସ୍ଥିତ ସରକାରୀ ବାସଭବନ ଓ ଅଫିସ୍ ଚାମ୍ଵରରେ ରେଡ୍ ଚାଲିଛି। ସେହିପରି ଅଶ୍ୱିନୀ ମେହେରଙ୍କ ୫ଟି ସ୍ଥାନରେ ରେଡ୍ ହୋଇଛି।ଏହି ଚଢ଼ାଉ ଯୋଗୁଁ ଭିମସାର ପରିସରରେ ଚାପା ଉତ୍ସୁକତା ସୃଷ୍ଟି ହୋଇଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ଅଧିକ ତଥ୍ୟ ଆସିବା ପରେ ସମ୍ପୂର୍ଣ୍ଣ ଘଟଣାର ସ୍ପଷ୍ଟ ଚିତ୍ର ମିଳିବ ।
