ପିଜି ପ୍ରବେଶିକା ପରୀକ୍ଷା (କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ- 2026) ରେଜଲ୍ଟ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ସାମ୍ସ (SAMS) ପୋର୍ଟାଲକୁ ଯାଇ ନିଜର ପରୀକ୍ଷାଫଳ ଦେଖିପାରିବେ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।ଉଚ୍ଚଶିକ୍ଷା ବିଭାଗ ଅନୁସାରେ, ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ–୨୦୨୬ ଆୟୋଜନ କରାଯାଇଥିଲା। ଏଥିପାଇଁ ମୋଟ ୫୮,୬୧୩ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବା ବେଳେ ୫୩,୯୦୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସର୍ବମୋଟ ୫୦ଟି ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା।ପରୀକ୍ଷାର୍ଥୀମାନେ SAMS ପୋର୍ଟାଲରେ ପ୍ରବେଶ କରି ନିଜ ବିଷୟ, ସାମାଜିକ ବର୍ଗ ଏବଂ ରାଜ୍ୟସ୍ତରୀୟ ରାଙ୍କ ଯାଞ୍ଚ କରିପାରିବେ । ଏହି ଆଧାରରେ ସେମାନେ ନିଜ ପସନ୍ଦର କଲେଜ ଚୟନ କରି ନାମଲେଖା ପ୍ରକ୍ରିୟାରେ ଭାଗ ନେଇପାରିବେ । ଆଡମିଶନ ପ୍ରକ୍ରିୟା, କଲେଜ ଚଏସ୍ ଫିଲିଂ, ସିଟ୍ ଆଲଟମେଣ୍ଟ ଓ ନାମଲେଖାର ସମୟସୂଚୀ ଖୁବଶୀଘ୍ର SAMS ପୋର୍ଟାଲରେ ପ୍ରକାଶ କରାଯିବ ବୋଲି ବିଭାଗ ସୂଚନା ଦିଆଯାଇଛି ।
