ରାମ ମନ୍ଦିରରେ ଦାନଅର୍ଥ ଚୋରି ମାମଲା ପରେ ଶ୍ରୀ ବଦ୍ରିନାଥ ଏବଂ କେଦାରନାଥ ମନ୍ଦିର ସମିତି ନିଜ ଅଧିନରେ ଥିବା ସମସ୍ତ ମନ୍ଦିରକୁ ହେଉଥିବା ଦାନ, ଅର୍ପଣ ଏବଂ ରାଜସ୍ବ ସମ୍ବନ୍ଧୀ ସମସ୍ତ ପ୍ରବନ୍ଧନ ପାଇଁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି । ଏହି ନିର୍ଦ୍ଦେଶରେ ଦାନ, ଅର୍ପଣ ହେଉଥିବା ଜିନିଷର ସଂଗ୍ରହ, ସୁରକ୍ଷା ଏବଂ ପୂର୍ଣ୍ଣ ପାରିଦର୍ଶିତାକୁ ବାଧ୍ୟତାମୂଳକ କରାଯାଇଛି । ଭବିଷ୍ୟରେ ଏଭଳି କିଛି ଅନିୟମିତତା ନ ହେବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି ।ଡେରାଡୁନର ଆରଟିଆଇ କାର୍ଯ୍ୟକର୍ତ୍ତା ବିକାଶ ନେଗି ଅଭିଯୋଗ କରିଛନ୍ତି ଯେ ରାଜନେତା ଓ ସେମାନଙ୍କ ସହଯୋଗୀଙ୍କ ହେଲିକପ୍ଟର ଯାତ୍ରା, ଖାଇବା ଓ ରହିବାର ସବୁ ଖର୍ଚ୍ଚ ଭକ୍ତଙ୍କ ଦାନ ଅର୍ଥରେ କରାଯାଉଛି। ନିକଟରେ ଜଣେ ମନ୍ତ୍ରୀଙ୍କ ସମ୍ପର୍କୀୟ ଏଠାକୁ ଆସିଥିଲା ବେଳେ ସେମାନଙ୍କ ପିଛାରେ ମନ୍ଦିର କମିଟି ୬୦ ହଜାର ଟଙ୍କା ଖର୍ଚ୍ଚ କରିଛି । ସେହିଭଳି ହିନ୍ଦୁ ସଙ୍ଗଠନ ଭୈରବ ସେନା ସଙ୍ଗଠନ ମନ୍ଦିର ପରିଚାଳନା ସହ ଜଡିତ କମିଟି ଓ ଅନ୍ୟ ସଦସ୍ୟଙ୍କ ବିରୋଧରେ ଅଭିଯୋଗ ଉପରେ ତୁରନ୍ତ ଏଫଆଇଆର ରୁଜୁ କରିବା ସହ ଏହାର ତଦନ୍ତ ଲାଗି ଦାବି କରିଛି ।
