ଚାଉଳିଆଗଞ୍ଜ ଥାନା ଆଇଆଇସିଙ୍କ ସନ୍ଦେହ ଜନକ ମୃତ୍ୟୁ ; ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

କଟକର ଚାଉଳିଆଗଞ୍ଜ ଥାନା କ୍ୱାର୍ଟର୍ସରୁ ମହିଳା ଇନ୍ସପେକ୍ଟର-ଇନ୍-ଚାର୍ଜ (IIC) ବ୍ୟୁଟି ମହାନ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ତେବେ ପୋଲିସ ପକ୍ଷରୁ ତଦନ୍ତ ଶେଷ ହେବା ପରେ ଘଟଣାର ପ୍ରକୃତ କାରଣ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିବ ବୋଲି ଆଶା କରାଯାଉଛି।ସବୁଠୁ ବଡ କଥା ଯେ, ଆଇଆଇସି ବିୟୁଟି ମହାନ୍ତି ମହିଳା ଥାନାରେ ଥାନା ଅଧିକାରୀ ଭାବେ ଅନେକ ଦିନ ଧରି ଦାୟିତ୍ୱ ତୁଲାଇଛନ୍ତି । ଯଦିଓ ମୃତ୍ୟୁର ସ୍ପଷ୍ଟ କାରଣ ଜଣାପଡିନାହି, କିନ୍ତୁ ପ୍ରାଥମିକ ତଦନ୍ତରୁ ଯାହା ପଡିଛି ଯେ, ପାରିବାରିକ ସମସ୍ୟା , ଚାପଗ୍ରସ୍ତ କାରଣରୁ ଏଭଳି କାମ କରିଥାଇପାରନ୍ତି । ତେବେ କାହିଁକି ମହିଳା ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା କଲେ ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ଅଧିକ ପଢନ୍ତୁ