ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଛି । ଚିକିତ୍ସା ପାଇଁ ତାଙ୍କୁ ଥାଣେ ଜୁପିଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଉପରେ ଲଗାତାର ଡାକ୍ତରଙ୍କ ଦଳ ନଜର ରଖିଛନ୍ତି ।ଅତ୍ୟଧିକ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଏବଂ ବଢୁଥିବା କାର୍ଯ୍ୟ ଚାପର ପ୍ରଭାବ ଏକନାଥ ଶିନ୍ଦେଙ୍କ ସ୍ବାସ୍ଥ୍ୟ ଉପରେ ପଡ଼ିଛି। ବିଧାନସଭା ଅଧିବେଶନ ସମୟରେ ସେ ଜ୍ୱର ଏବଂ ଦୁର୍ବଳ ଅନୁଭବ କରିବାକୁ ଲାଗିଥିଲେ। ଏହା ସତ୍ତ୍ୱେ, ସେ ତାଙ୍କର ନିର୍ଦ୍ଧାରିତ କାର୍ଯ୍ୟରେ ଯୋଗ ଦେବାକୁ ଚେଷ୍ଟା କରିଥିଲେ ଏବଂ ଥାଣେ ଯାତ୍ରା କରିଥିଲେ, କିନ୍ତୁ ତାଙ୍କ ଅବସ୍ଥା ଖରାପ ହେବା ପରେ ସମସ୍ତ ସାର୍ବଜନୀନ କାର୍ଯ୍ୟକ୍ରମ ବାତିଲ କରିବାକୁ ବାଧ୍ୟ ହୋଇଥିଲେ। ଶନିବାର, ଶିନ୍ଦେଙ୍କୁ ଥାଣେର ଜୁପିଟର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
