ରାଜ୍ୟରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ ସମେତ ୧୩ଦଫା ଦାବି ନେଇ ବୁଧବାରଠାରୁ ଡାକ୍ତରମାନେ ଆନ୍ଦୋଳନ ଜାରି ରଖିଛନ୍ତି। ରାଜ୍ୟ ସରକାର ଦରମା ବନ୍ଦ ଓ ବହିଷ୍କାର ପାଇଁ ନିର୍ଦ୍ଦେଶ ଦେବା ସତ୍ତ୍ୱେ ଦାବି ପୂରଣ ଜିଦ୍ରେ ଓଡ଼ିଶା ମେଡିକାଲ ସର୍ଭିସ୍ ଆସୋସିଏଶନ (ଓମ୍ସା) ଅଟଳ ରହିଛି। ଫଳରେ ୪ ଦିନ ହେବ ସରକାରୀ ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲ ସମେତ ଡାକ୍ତରଖାନାରେ ରୋଗୀସେବା ଗୁରୁତର ପ୍ରଭାବିତ ହୋଇଛି। କଟକ ବଡ଼ ମେଡିକାଲର ପ୍ରତ୍ୟେକ ୱାର୍ଡ ଆଗରେ ରୋଗୀଙ୍କ ଅସମ୍ଭାଳ ଭିଡ଼ । କାହାର ସାମାନ୍ୟ ଜ୍ଵର ତ ଆଉ କାହାର ମୁଣ୍ଡ ବିନ୍ଧା ।ସାମାନ୍ୟ ରୋଗ ପାଇଁ ବହୁ ଦୂରଦୁରାନ୍ତରୁ କଟକ ବଡ଼ ମେଡିକାଲ ଧାଇଁ ଲେଣି ରୋଗୀ । କିଏ ବାଲେଶ୍ଵରରୁ ଆସୁଛି ତ ଆଉ କିଏ ଯାଜପୁର ଆଉ କିଏ ମୟୁରଭଞ୍ଜରୁ । ଯେଉଁ ରୋଗର ଚିକିତ୍ସା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କିମ୍ବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରାଯାଇଥାନ୍ତା ତାହାର ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ ଧାଇଁ ଆସୁଛନ୍ତି ରୋଗୀ । ଏନେଇ କଟକ ବଡ଼ ମେଡିକାଲର ଡାକ୍ତର ସୂଚନା ଦେଇଛନ୍ତି ।ଆନ୍ଦୋଳନ ଯୋଗୁ ଚିକିତ୍ସା ସେବା ଏକପ୍ରଭାର ଠପ୍ ହୋଇଯାଇଥିବାବେଳେ ରୋଗୀଙ୍କ ମୃତ୍ୟୁ ଅଭିଯୋଗ ଆସୁଛି। ଏପରିକି ବ୍ୟବଚ୍ଛେଦ ହୋଇ ନ ପାରି ମୃତଦେହ ୫୦ ଘଣ୍ଟା ଧରି ପଡି ରହିବା ଭଳି ଘଟଣା ନଜରକୁ ଆସିଛି। ସ୍ଥିତି ବିଗିଡି ଯାଉଥିବାବେଳେ ସମାଧାନ ବାଟ ବାହାର କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି।
