ଭିତରକନିକାରେ କୁମ୍ଭୀର ପ୍ରଜନନ ପ୍ରକ୍ରିୟା ଆରମ୍ଭ! ବସା ଚିହ୍ନଟ କରୁଛନ୍ତି ବନ କର୍ମଚାରୀ

ଭିତରକନିକା ଜାତୀୟ ଉଦ୍ୟାନର ନଦୀ, ନାଳ ମାନଙ୍କରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କ ବସା ଚିହ୍ନଟ ପକ୍ରିୟା ଜାରି ରହିଛି । ପ୍ରତିବର୍ଷ ମଇ ୧ ତାରିଖ ଠାରୁ ଜୁଲାଇ ୩୧ ତାରିଖ ଯାଏଁ ଦୀର୍ଘ ୩ମାସ ଧରି ବିରଳ ବଉଳା କୁମ୍ଭୀରଙ୍କ ପ୍ରଜନନ ପକ୍ରିୟା ଜାରି ରହିଥାଏ । ମାଆ କୁମ୍ଭୀର ଅଣ୍ଡା ଦେବା ପାଇଁ ନିରାପଦ ସ୍ଥାନ ଖୋଜିଥାଏ । ନାଳଠୁ ଉଚ୍ଚା ସ୍ଥାନରେ ବସା କରିଥାଏ । ଖରଖରି ପତ୍ର ଓ କାଠି କୁଟାକୁ ସଂଗ୍ରହ କରି ୨ ଫୁଟ ଉଚ୍ଚର ଗଦା କରିଥାଏ । ଗଦା ଉପରେ କୁମ୍ଭୀର ଅଣ୍ଡା ଦେବା ପରେ ତା’ ଉପରେ ପୁଣି ଖରଖରି ପତ୍ର ଓ କାଠି କୁଟା ଘୋଡାଇ ଦେଇଥାଏ । ପ୍ରତ୍ୟେକ କୁମ୍ଭୀର ୪୦ ରୁ ୬୦ଟି ଅଣ୍ଡା ଦେଇଥାଏ । ଏହି ସମୟରେ ସେମାନଙ୍କର ପ୍ରଜନନ ପକ୍ରିୟା ଠାରୁ ଆରମ୍ଭ କରି ଅଣ୍ଡାଦାନ ପର୍ଯ୍ୟନ୍ତ କୁମ୍ଭୀର ହିଂସ୍ର ହୋଇଥାନ୍ତି । ସେମାନଙ୍କ ପକ୍ରିୟାରେ ବାଧା ଦେଖାଦେଲେ ସେମାନେ ଆକ୍ରମଣ କରିବାକୁ ପଛାଇ ନଥାନ୍ତି । ଏହାକୁ ଦୃଷ୍ଟିରେ ରଖି ୩ ମାସ ପର୍ଯ୍ୟନ୍ତ ଜାତୀୟ ଉଦ୍ୟାନରେ ପ୍ରବେଶ ଓ ପରିଭ୍ରମଣ ପାଇଁ ପର୍ଯ୍ୟଟକଙ୍କୁ ବନ୍ଦ କରାଯାଇଛି । ଏପରିକି ଭିତରକନିକାର ଡାଙ୍ଗମାଳ ଓ ରଗଡ଼ପତି ବନାଞ୍ଚଳରେ ବି ପ୍ରତବନ୍ଧକ ଲାଗିଛି । ସ୍ଥାନୀୟ ଲୋକଙ୍କୁ ମଧ୍ୟ ଜଙ୍ଗଲୁ କାଠ ଓ ମହୁ ସଂଗ୍ରହ ଲାଗି ଯିବା ପାଇଁ ବାରଣ କରାଯାଇଛି ।

ଅଧିକ ପଢନ୍ତୁ