ନାଗାବଳୀ ଗର୍ଭରେ କାଳ ଫାସ ସାଜିଛି ଆଡ଼ିବନ୍ଧଜେକେ କମ୍ପାନୀ କର୍ତ୍ତୃପକ୍ଷଙ୍କ ମନୋମୁଖୀ କାର୍ଯ୍ୟ

ରାୟଗଡା ତା ୧୦/୦୭ (ନିପ୍ର) ରାୟଗଡ଼ା ଜିଲ୍ଲା ଶିଳ୍ପନୁଷ୍ଠାନର କେନ୍ଦ୍ର ପାଲଟିଥିବା ବେଳେ ଚିରାଚରିତ ଢଙ୍ଗରେ ଜୀବନ ଯାପନ କରୁଛନ୍ତି ପ୍ରଭାବିତ ଜନବସତି। ଜେକେ କମ୍ପାନୀ ରାୟଗଡ଼ା ଜିଲ୍ଲା ନାଗାବଳୀ ଅବବାହିକାର ତଟରେ ୧୯୬୨ ମସିହାରୁ ପ୍ରତିଷ୍ଠା ହୋଇଥିବା ବେଳେ ଏଯାବତ୍ ଉକ୍ତ ଶିଳ୍ପ ପ୍ରତିଷ୍ଠାନର ୬୮ ବର୍ଷ ବିତିଯାଇଥିଲେ ସୁଦ୍ଧା ପ୍ରଭାବିତ ଅଞ୍ଚଳ ବାସୀଙ୍କ ଆଖିଦୃଶିଆ ବିକାଶ ଅପହଞ୍ଚ ହୋଇ ରହିଛି। ଏ ନେଇ ଅନେକ ସାମାଜିକ ଓ ରାଜନୈତିକ ସଂଗଠନ ଆନ୍ଦୋଳନ କରିଥିଲେ ସୁଦ୍ଧା ନିଜର କ୍ଷମତାର ପ୍ରୟୋଗ କରି ସେ ସବୁକୁ ଚୁପ୍ କରିବାରେ ଆଜି ପର୍ଯ୍ୟନ୍ତ ସକ୍ଷମ ହୋଇପାରିଛନ୍ତି ଜେକେ କାଗଜ କାଳର କର୍ତ୍ତୃପକ୍ଷ। ଜେକେ କାଗଜ କଳ ଓ ସରକାରଙ୍କ ମଧ୍ୟରେ ନାଗାବଳୀ ନଦୀରୁ ୪୦ ହଜାର ଘନ ମିଲିଲିଟର ପାଣି ବ୍ୟବହାର କରିବା ନେଇ ଚୁକ୍ତି ହୋଇଥିବା ବେଳେ ଏହାର ଅପବ୍ୟବହାର କରୁଥିବା ସାଧାରଣରେ ଅଭିଯୋଗ ହେଉଛି ।

କମ୍ପାନୀର ଉଚ୍ଚ ପଦାଧିକାରୀଙ୍କ ଉପସ୍ଥିତିରେ ନାଗାବଳୀ ନଦୀ ଗର୍ଭରେ ଏ କୂଳରୁ ସେ କୂଳ ସମ୍ପୂର୍ଣ୍ଣ ଭାବେ ବେଆଇନ୍ ଆଡିବନ୍ଧ ବାନ୍ଧିବା ଦୃଶ୍ୟ ଦେଖିବାକୁ ମିଳିଛି। ଏହି ବେଆଇନ ଆଡ଼ିବନ୍ଧ ନିର୍ମାଣ କରି ଉପର ମୁଣ୍ଡ ରୁ ପାଣି ଶୋଷି ନେଉଥିବା ବେଳେ ନଦୀର ତଳମୁଣ୍ଡିଆ ରେ ବସବାସ କରୁଥିବା ଲୋକେ ଚାଷ ପାଇଁ ପାଣି ପାଉନଥିବା ଅଭିଯୋଗ ମଧ୍ୟ ହେଉଛି। କିନ୍ତୁ ତାଙ୍କର ଏହି ଅଭିଯୋଗ ନା ଶୁଣୁଛି ପ୍ରଶାସନ ନା ସ୍ଥାନୀୟ ନିର୍ବାଚିତ ଲୋକ ପ୍ରତିନିଧି ।

ଏହାକୁ ନେଇ ଏବେ ଜିଲ୍ଲାରେ ଉପକୂଳବର୍ତ୍ତୀ ଲୋକଙ୍କ ଆକ୍ରୋଶ ବଢ଼ିବାରେ ଲାଗିଛି। ନାଗାବଳୀ ନଦୀର ଉପର ମୁଣ୍ଡରେ ଆଡ଼ିବନ୍ଧ ବାନ୍ଧି ପାଣି କମ୍ପାନୀ ନେଉଥିବା ବେଳେ ତାର ଅଳ୍ପ ଦୂରରେ ତଳ ଭାଗରେ କମ୍ପାନୀରୁ ନିଷ୍କାସିତ ଦୂଷିତ ପାଣି ନାଗାବଳୀ ନଦିଗର୍ଭକୁ ଛାଡୁଛି। ଯାହା ଫଳରେ ତଳ ମୁଣ୍ଡରେ ବସବାସ କରୁଥିବା ଲୋକେ ଏହି ପାଣି ବ୍ୟବହାର କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ନଦୀ ଉପକୂଳବର୍ତ୍ତୀ ରେ ଥିବା ମାଳି ଗାଁ ର ବାସିନ୍ଦା ସୁରେଶ ହୁଇକା କହିଛନ୍ତି। ଏହା ଛଡା ନଦୀ ଗର୍ଭରେ ରହୁଥିବା ବିଭିନ୍ନ ଜଳଚର ପ୍ରାଣୀ ମଧ୍ଯ ମୃତ୍ୟୁ ମୁଖରେ ପଡୁଥିବା ଜଣା ପଡ଼ିଛି। ଏହାଛଡା ଖୋଦ୍ ଉପଜିଲ୍ଲାପାଳ ରମେଶ ଜେନା କହିଛନ୍ତି ଯେ କୌଣସି ନଦୀ ଗର୍ଭରେ ବାଲି ବସ୍ତା ରଖି ଆଡ଼ିବନ୍ଧ କରିବା ଵେଆଇନ ଏହାକୁ ନେଇ କମ୍ପାନୀ କର୍ତ୍ତୃପକ୍ଷ ନିଜ ମନୋମୁଖୀ ଭାବେ ସମସ୍ତ ନିୟମକୁ ପାଦରେ ଦଳି ନିଜର ସ୍ୱାର୍ଥ ସାଧନ ହାସିଲ କରୁଛି । ଏହାକୁ ନେଇ ଯଦିଓ ଜିଲ୍ଳା ପ୍ରଶାସନ ସଜାଗ ନ ହୁଏ ତାହେଲେ ଆଗାମୀ ଦିନରେ ଏହାକୁ ଏକ ବଡ ଜନ ଆନ୍ଦୋଳନ ର ସମ୍ମୁଖୀନ ହେବା ଏକ ପ୍ରକାର ସୁନିଶ୍ଚିତ ବୋଲି ରାୟଗଡ଼ାର ଯୁବନେତା ତଥା ସମାଜସେବୀ ଭବାନୀ ଶଙ୍କର ଜେନା କହିଛନ୍ତି ।

ଅଧିକ ପଢନ୍ତୁ