Oplus_131072

ରଥଯାତ୍ରା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ

ନୟାଗଡ଼,(ଓଡ଼ିଶା ଦର୍ପଣ): ଚଳିତ ବର୍ଷର ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ଦଶପଲ୍ଲାରୁ ପୁରୀ ଏବଂ ପୁରୀରୁ ଦଶପଲ୍ଲା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ।
ଦଶପଲ୍ଲାରୁ ପୁରୀ ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ୍:
ଟ୍ରେନ୍ ନଂ ୦୮୪୩୧: ଏହି ଟ୍ରେନ୍ ୧୫.୦୭.୨୬ ରୁ ୨୫.୦୭.୨୬ ପର୍ଯ୍ୟନ୍ତ ଚାଲିବ। ଏହା ଦଶପଲ୍ଲାରୁ ରାତି ୧୧:୩୦ ରେ ଛାଡ଼ି ପୁରୀରେ ଭୋର ୦୩:୩୦ ରେ ପହଞ୍ଚିବ।
ଟ୍ରେନ୍ ନଂ ୦୮୪୩୩: ଏହି ଟ୍ରେନ୍ ୧୬.୦୭.୨୬ ରୁ ୨୬.୦୭.୨୬ ପର୍ଯ୍ୟନ୍ତ ଚାଲିବ। ଏହା ସକାଳ ୮:୦୦ ରେ ଦଶପଲ୍ଲାରୁ ଛାଡ଼ି ଦିନ ୧:୧୫ ରେ ପୁରୀରେ ପହଞ୍ଚିବ।
ପୁରୀରୁ ଦଶପଲ୍ଲା ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ୍:
ଟ୍ରେନ୍ ନଂ ୦୮୪୩୨: ଏହି ଟ୍ରେନ୍ ୧୬.୦୭.୨୬ ରୁ ୨୬.୦୭.୨୬ ପର୍ଯ୍ୟନ୍ତ ଚାଲିବ। ଏହା ପୁରୀରୁ ଦିନ ୨:୩୦ ରେ ଛାଡ଼ି ୬:୩୦ ରେ ଦଶପଲ୍ଲାରେ ପହଞ୍ଚିବ।
ଟ୍ରେନ୍ ନଂ ୦୮୪୩୪: ଏହି ଟ୍ରେନ୍ ୧୭.୦୭.୨୬ ରୁ ୨୭.୦୭.୨୬ ପର୍ଯ୍ୟନ୍ତ ଚାଲିବ। ଏହା ପୁରୀରୁ ଭୋର ୦୩:୧୫ ରେ ଛାଡ଼ି ସକାଳ ୦୬:୪୫ ରେ ଦଶପଲ୍ଲାରେ ପହଞ୍ଚିବ।
ରଥଯାତ୍ରା ସମୟରେ ଭିଡ଼ ନିୟନ୍ତ୍ରଣ ଓ ଶ୍ରଦ୍ଧାଳୁଙ୍କ ସୁଗମ ଯାତ୍ରା ପାଇଁ ରେଳବାଇ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି। ଯାତ୍ରୀମାନେ ନିଜର ଯାତ୍ରା ଯୋଜନା କରିବା ପୂର୍ବରୁ ସଠିକ୍ ସମୟ ଓ ତାରିଖ ଯାଞ୍ଚ କରିନେବାକୁ ପରାମର୍ଶ ଦିଆଯାଇଛି।

ଅଧିକ ପଢନ୍ତୁ