ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗରେ ଆଜିଠୁ କ୍ରାଇମବ୍ରାଞ୍ଚର ‘ଅପରେସନ ଖୋଳତାଡ଼’!

ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗରେ ଆକ୍ସନ ମୋଡ୍‌ରେ ସରକାର । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏହି ମାମଲାରେ ଏଫଆଇଆର ଦେବାକୁ ଯାଇଛନ୍ତି ଏସସିଇଆରଟି ନିର୍ଦ୍ଦେଶିକା । ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟି ପଛରେ କାହାର ଭୂମିକା ରହିଛି, ତାହାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ ।ସମଗ୍ର ଘଟଣାର ତଦନ୍ତ ପାଇଁ ୫ଜଣିଆ ସ୍ବତନ୍ତ୍ର ଟିମ୍‌ ଗଠନ ହୋଇଛି। ଷଡ଼ଯନ୍ତ୍ରରେ କେଉଁମାନଙ୍କର ସମ୍ପୃକ୍ତି ରହିଛି ସେନେଇ ସୋମବାରଠାରୁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଖୋଳତାଡ଼ କରିବ ।ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଉନ୍ନୟନ କମିସନର୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ତଦନ୍ତ କମିଟିର ରିପୋର୍ଟ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯିବା ପରେ ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼ିବ ବୋଲି କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଇତିମଧ୍ୟରେ ତ୍ରୁଟି ପଛରେ ଯେଉଁମାନେ ରହିଛନ୍ତି ସେମାନଙ୍କ ତାଲିକା ପ୍ରସ୍ତୁତ ହେଉଛି। କେବଳ ସେତିକି ନୁ‌ହେଁ, ୨୦୨୬-୨୭ ଶିକ୍ଷାବର୍ଷରେ ମାଗଣା ପାଠ୍ୟପୁସ୍ତକ ପ୍ରସ୍ତୁତିରେ ୩୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବାରୁ ତାହାର ତଦନ୍ତ କରାଯିବ। କେଉଁ ବାବଦରେ କେଉଁ ସଂସ୍ଥାକୁ କେତେ ଟଙ୍କା ଦିଆଯାଇଛି ତାହାର ଟିକିନିଖି ଖୋଳତାଡ଼ ହେବ। ଡିଟିପି ଓ ଡିଜାଇନ୍‌ ପାଇଁ ହୋଇଥିବା ଟେଣ୍ଡର ପ୍ରକ୍ରିୟାର ଦସ୍ତାବିଜ୍‌ ଯାଞ୍ଚ କରାଯିବ।ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଦିଗରେ ପଦକ୍ଷେପ ନିଆଯିବ ।

ଅଧିକ ପଢନ୍ତୁ