ଓଡ଼ିଶା ଗଣଶିକ୍ଷା ବିଭାଗର ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ ଆଜି ମନୋଜ ପାଢ଼ୀଙ୍କୁ ଗିରଫ କରାଯାଇଛି । ମନୋଜ ପାଢ଼ୀ ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ଥିଲେ । ପ୍ରଥମେ କ୍ରାଇମବ୍ରାଞ୍ଚ ତାଙ୍କୁ ପଚରାଉଚରା କରିବା ପରେ ଗିରଫ କରିଛି । ପୂର୍ବରୁ ନିଲମ୍ବିତ ହୋଇଥିଲେ ମନୋଜ । ପାଠ୍ୟ ପୁସ୍ତକ ତ୍ରୁଟିର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଯେଉଁ ଭଳି ତ୍ରୁଟି ହୋଇଛି ଏବଂ କ୍ରାଇମବ୍ରାଞ୍ଚ ଲଗାଇଥିବା ବିଏନଏସ ଧାରା ୩୧୬(୫) ଏକ ଧର୍ତ୍ତବ୍ୟ ଅପରାଧ ଓ ଏଥିପାଇଁ ୧୦ ବର୍ଷର ସଜା ରହିଛି । ତେଣୁ କ୍ରାଇମବ୍ରାଞ୍ଚ ମନୋଜ ପାଢ଼ୀଙ୍କୁ ଗିରଫ କରିଛି ।ତାଙ୍କ ସହିତ ସାମିଲ ଥିବା ଓ ସରକାରଙ୍କ ଦ୍ଵାରା ନିଲମ୍ବିତ ହୋଇଥିବା ଅନ୍ୟ ୩ ଜଣ ସହକାରୀ ନିର୍ଦ୍ଦେଶକଙ୍କୁ କ୍ରାଇମବ୍ରାଞ୍ଚ ଡାକି ପଚରାଉଚୁରା କରିବ । ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଥିବା ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ସମନ କରି ଡାକିବ କ୍ରାଇମବ୍ରାଞ୍ଚ ।ଏହା ବ୍ୟତୀତ ପାଠ୍ୟ ପୁସ୍ତକ ପ୍ରସ୍ତୁତି, ବିଷୟ ବସ୍ତୁ ଚୟନ, ଅନୁମୋଦନ, ମୁଦ୍ରଣ, ପ୍ରକାଶନ ଓ ବଣ୍ଟନ ପର୍ଯ୍ୟନ୍ତ ଜଡିତ ଥିବା ଲୋକମାନଙ୍କୁ ତଦନ୍ତରେ ସାମିଲ କରିବ କ୍ରାଇମବ୍ରାଞ୍ଚ । ଲଗା ଯାଇଥିବା ଦଫା ବ୍ୟତୀତ ଆହୁରି ଅଧିକ ଦଫା ଲଗାଇପାରେ କ୍ରାଇମବ୍ରାଞ୍ଚ ।
