ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଓଡ଼ିଶାର ପାରାଦୀପ ହରିଦାସପୁର ରେଳପଥର ଦୋହରୀକରଣ ଓ ଝାଡ଼ଖଣ୍ଡର ରାଜଖରସୱାନ-ଡାଙ୍ଗୋଆପୋଷୀ ରୁଟ୍ରେ ଚତୁର୍ଥ ଲାଇନ୍ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ୨ ରେଲୱେ ପ୍ରକଳ୍ପ ପାଇଁ ୩ ହଜାର ୯୦୭ କୋଟିର ବ୍ୟୟ ଅଟକଳ କରାଯାଇଛି । ୨ଟି ପ୍ରକଳ୍ପ କାମ ୨୦୩୦-୩୧ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଦୋହରୀକରଣ ହେଲେ ପାରାଦୀପ ମାଲବାହୀ ଟ୍ରେନ ଚଳାଚଳ କ୍ଷମତା ବଢିବ । ଲଜିଷ୍ଟିକ୍ସ ଖର୍ଚ୍ଚ କମିବ, ଶିଳ୍ପ ଓ ବାଣିଜ୍ୟିକ କାର୍ଯ୍ୟକଳାପକୁ ଅଧିକ ଗତି ମିଳିବ । ୨ଟି ପ୍ରକଳ୍ପ ଦ୍ୱାରା ଓଡିଶା ଓ ଝାଡଖଣ୍ଡର ୪ ଜିଲ୍ଲା ଉପକୃତ ହେବ ।
