ଗଜପତି ମହାରାଜଙ୍କ ଆଗମନରେ ଭକ୍ତିମୟ ହୋଇଉଠିଛି ବଡ଼ଦାଣ୍ଡ। ପାରମ୍ପରିକ ରାଜକୀୟ ଶୋଭାଯାତ୍ରାରେ ସେ ତିନି ରଥ ନିକଟରେ ପହଞ୍ଚିଛନ୍ତି। ମହାପ୍ରଭୁଙ୍କ ପ୍ରିୟ ସେବକ ଭାବେ ସେ ସୁବର୍ଣ୍ଣ ଖଡ଼ିକାରେ ପବିତ୍ର ଛେରାପହଁରା ନୀତି ସମ୍ପାଦନ କରିଛନ୍ତି । ସୁବର୍ଣ୍ଣ ଖଡ଼ିକାରେ ଛେରାପହଁରା ନୀତି ଆରମ୍ଭ ହୋଇଛି। ପରମ୍ପରା ଅନୁଯାୟୀ ଗଜପତି ମହାରାଜା ତିନି ରଥରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତିଙ୍କ ସମ୍ମୁଖରେ ସୁବର୍ଣ୍ଣ ଖଡ଼ିକାରେ ରଥକୁ ପରିଷ୍କାର କରି ଏହି ପବିତ୍ର ନୀତି ସମ୍ପାଦନ କରୁଛନ୍ତି। ମହାପ୍ରଭୁଙ୍କ ସମ୍ମୁଖରେ ରାଜା ମଧ୍ୟ ସେବକ । ଏହି ଅନନ୍ୟ ପରମ୍ପରା ସମତା, ବିନମ୍ରତା ଓ ସେବାଭାବର ଚିରନ୍ତନ ବାର୍ତ୍ତା ଦେଇଥାଏ। ଭକ୍ତି ଓ ଉଲ୍ଲାସରେ ପରିପୂର୍ଣ୍ଣ ଏହି ଦିବ୍ୟ ମୁହୂର୍ତ୍ତ। ଆଉ କିଛି ସମୟ ପରେ ରଥ ଟଣା ଆରମ୍ଭ ହେବ।
