
ନୟାଗଡ଼,(ଓଡ଼ିଶା ଦର୍ପଣ): କେନ୍ଦ୍ର ସରକାରଙ୍କ “ନଶା ମୁକ୍ତ ଭାରତ” ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ “ମା’ ଫାଉଣ୍ଡେସନ”, ନୟାଗଡ଼ ଉଦ୍ୟମରେ ପବିତ୍ର ରଥଯାତ୍ରା ଅବସରରେ ନୟାଗଡ଼ରେ ଅନୈତିକ ନିଶା ସେବନ ବିରୋଧରେ ନୟାଗଡ଼ ରଥଯାତ୍ରା ଅବସରରେ ଏକ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଦେଶର ବିଭିନ୍ନ ସ୍ଥାନରେ ବଢ଼ୁଥିବା ଅନୈତିକ ଡ୍ରଗ୍ସ କାରବାର ଯୁବସମାଜକୁ ବିପଥଗାମୀ କରୁଥିବା ବେଳେ ଓଡ଼ିଶାରେ ମଧ୍ୟ ଏହାର କୁପ୍ରଭାବ ଦିନକୁ ଦିନ ବୃଦ୍ଧି ପାଉଛି । ନିଶା ସେବନ ଫଳରେ କ୍ୟାନ୍ସର, କିଡନୀ ଜନିତ ରୋଗ, ମାନସିକ ବିକାର ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେବା ସହ ଅନେକ ଯୁବକ ଅପରାଧ ଜଗତ ଆଡ଼କୁ ଆକୃଷ୍ଟ ହେଉଥିବାରୁ ସମାଜରେ ଗଭୀର ଚିନ୍ତା ପ୍ରକାଶ ପାଉଛି । କାର୍ଯ୍ୟକ୍ରମ ଆରମ୍ଭରେ ବୃକ୍ଷରୋପଣ କରାଯାଇ ପରିବେଶ ସୁରକ୍ଷା ଓ ସୁସ୍ଥ ସମାଜ ଗଠନର ବାର୍ତ୍ତା ପ୍ରଦାନ କରାଯାଇଥିଲା । ପରବର୍ତ୍ତୀ ସମୟରେ ନୟାଗଡ଼ ରଥଦାଣ୍ଡରେ ସ୍ୱେଚ୍ଛାସେବୀମାନେ ଅନୈତିକ ଡ୍ରଗ୍ସ ବିରୋଧୀ ସ୍ଲୋଗାନ ଦେବା ସହ ଛାତ୍ରଛାତ୍ରୀ, ଯୁବପିଢ଼ି ଓ ସାଧାରଣ ଲୋକଙ୍କୁ ନିଶା ସେବନର କୁପ୍ରଭାବ ସମ୍ପର୍କରେ ସଚେତନ କରାଇଥିଲେ।

ଏହି ଅବସରରେ ନୟାଗଡ଼ ଶ୍ରୀଜଗନ୍ନାଥ ଯୋଗ ଶିବିରର ମୁଖ୍ୟ ପ୍ରତାପ ସାହୁ ଏବଂ ଯୋଗ କର୍ମକର୍ତ୍ତା, ବିଭିନ୍ନ ସାମାଜିକ ସଂଗଠନର ସ୍ୱେଚ୍ଛାସେବୀ, ବୁଦ୍ଧିଜୀବୀ ଓ ସମାଜସେବୀମାନେ ଯୋଗଦେଇ ନିଶାମୁକ୍ତ ସମାଜ ଗଠନ ପାଇଁ ସାମୂହିକ ପ୍ରୟାସର ଆବଶ୍ୟକତା ଉପରେ ମତ ପ୍ରକାଶ କରିଥିଲେ ।
କାର୍ଯ୍ୟକ୍ରମକୁ ମା’ ଫାଉଣ୍ଡେସନର ସମ୍ପାଦକ ପ୍ରକୃତି ମିତ୍ର ରଞ୍ଜନରଶ୍ମି ଜେନା, ଉପ-ସଭାପତି ଗୋପୀନାଥ ସେଠୀ, ସହ-ସମ୍ପାଦକ ବିଜୟାନନ୍ଦ ମହାପାତ୍ର, ବରିଷ୍ଠ କବି ତଥା ଉପଦେଷ୍ଟା ପ୍ରଫେସର ଆଶୁତୋଷ ମିଶ୍ର, ନାଟ୍ୟ କଳାକାର ଦେବେନ୍ଦ୍ର ପରମଗୁରୁ, ଅଜିତ ଚାନ୍ଦ, କୋକୁଳ ଚନ୍ଦ୍ର ଷଡ଼ଙ୍ଗୀ, ଆଶୁତୋଷ ତ୍ରିପାଠୀ, ଆଲୋକ ମହାପାତ୍ର, ଗୋପାଳ,ପ୍ରତାପ ଷଡ଼ଙ୍ଗୀ, ଦେବବ୍ରତ,ରବି ଖୁଣ୍ଟିଆ, ଟୁଆଁ, ରଘୁ ବିଶୋଇ, ଡୁଗୁଲା, ରବି ସାର, ପ୍ରତାପ ସାହୁ,ବୁଲବୁଲ ପ୍ରମୁଖ ଯୋଗଦେଇ ଥିଲେ l
ଶେଷରେ ବକ୍ତାମାନେ ଆହ୍ୱାନ ଦେଇ କହିଥିଲେ ଯେ, “ନିଶାମୁକ୍ତ ଓ ସୁସ୍ଥ ସମାଜ ଗଠନ ପାଇଁ ପ୍ରତ୍ୟେକ ନାଗରିକ, ପରିବାର ଓ ସାମାଜିକ ଅନୁଷ୍ଠାନର ସକ୍ରିୟ ସହଯୋଗ ହିଁ ସଫଳତାର ମୂଳ ଆଧାର।”
