ଚା ପିଇବା ପୂର୍ବରୁ କାହିଁକି ପାଣି ପିଆ ଯାଇଥାଏ ?

ଚା ପିଇବା ପୂର୍ବରୁ ପାଣି ପିଇବା ଦ୍ୱାରା ପେଟର ଏସିଡିଟି କମିଥାଏ ଏବଂ ଶରୀର ହାଇଡ୍ରେଟ୍ ରହିଥାଏ.ଖାଲି ପେଟରେ ଚା ପିଇଲେ ଏହା ପେଟରେ ଏସିଡ୍ ମାତ୍ରା ବଢ଼ାଇ ଦେଇଥାଏ । ଏହା ଦ୍ୱାରା ଗ୍ୟାସ୍ ଏବଂ ବଦହଜମି ଭଳି ସମସ୍ୟା ଦେଖାଦିଏ । ଚା ପିଇବାର ପ୍ରାୟ ୧୦ ରୁ ୧୫ ମିନିଟ୍ ପୂର୍ବରୁ ଏକ ଗ୍ଲାସ୍ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

ମୁଖ୍ୟ କାରଣ ଏବଂ ସ୍ୱାସ୍ଥ୍ୟଗତ ସୁଫଳଏସିଡିଟି କମିଥାଏ: 1)ଚାର ପ୍ରକୃତି ହେଉଛି ଏସିଡିକ୍ (pH ମାତ୍ରା ୬) ।

 ପାଣି ପିଇବା ଦ୍ୱାରା ପେଟର ଏସିଡ୍ ପତଳା ହୋଇଯାଏ, ଯାହା ଛାତି ପୋଡ଼ାଜଳା ଓ ଗ୍ୟାସ୍ ରୁ ରକ୍ଷା କରେ ।

2)ଶରୀରକୁ ହାଇଡ୍ରେଟ୍ ରଖେ: ଚା ବା କଫିରେ କ୍ୟାଫିନ୍ ଥାଏ ଯାହା ଶରୀରରୁ ପାଣି ଶୁଖାଇ ଦିଏ (Dehydration) । ଚା ପୂର୍ବରୁ ପାଣି ପିଇଲେ ଶରୀରରେ ଜଳୀୟ ଅଂଶ ସନ୍ତୁଳିତ ରହେ ।

3)ଦାନ୍ତ ସୁରକ୍ଷିତ ରହେ: ଚାରେ ‘ଟାନିନ୍’ (Tannin) ନାମକ କେମିକାଲ୍ ଥାଏ, ଯାହା ଦାନ୍ତରେ ଦାଗ ସୃଷ୍ଟି କରେ । ପାଣି ପିଇବା ଦ୍ୱାରା ଦାନ୍ତ ଉପରେ ଏକ ସୁରକ୍ଷା ସ୍ତର ପ୍ରସ୍ତୁତ ହୁଏ ଏବଂ ଦାନ୍ତ ହଳଦିଆ ପଡ଼େ ନାହିଁ ।

4)ପେଟରେ ଅଲସର୍ ଆଶଙ୍କା କମେ: ଖାଲି ପେଟରେ ଅଧିକ କଡ଼ା ଚା ପିଇବା ଦ୍ୱାରା ପେଟ ଭିତର ସ୍ତର ଖରାପ ହୋଇ ଅଲସର୍ ହେବାର ଭୟ ଥାଏ । ପାଣି ଏହି ପ୍ରଭାବକୁ ନଷ୍ଟ କରିଦିଏ ।

5)ପାଟିର ବ୍ୟାକ୍ଟେରିଆ ସଫା ହୁଏ: ସକାଳେ ଚା ପିଇବା ପୂର୍ବରୁ ପାଣି ପିଇଲେ ପାଟି ଏବଂ ପେଟରେ ଥିବା ଖରାପ ବ୍ୟାକ୍ଟେରିଆ ସଫା ହୋଇଯାଆନ୍ତି ।

ଅଧିକ ପଢନ୍ତୁ