ଦେଶରେ ପ୍ରଥମ ହାଇଡ୍ରୋଜେନ୍‌ ଟ୍ରେନ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିନ୍ଦ-ସୋନିପତ୍ ରୁଟ୍ ରେ ଚାଲିବାକୁ ଥିବା ଏହି ଐତିହାସିକ ଟ୍ରେନ୍କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହା ସହିତ ଭାରତ ସ୍ବଚ୍ଛ ଏବଂ ଆଧୁନିକ ରେଳ ବ୍ୟବସ୍ଥାର ଏକ ନୂତନ ଯୁଗରେ ପ୍ରବେଶ କରିଛି। ଏହି ଟ୍ରେନର ସବୁଠୁ ବଡ଼ ବିଶେଷତ ହେଉଛି ଏହି ଟ୍ରେନ୍ ସମ୍ପୂର୍ଣ୍ଣ ଭାବେ ଭାରତରେ ନିର୍ମିତ। ପାରମ୍ପରିକ ଡିଜେଲ୍ ଇଞ୍ଜିନ୍ର ସ୍ଥାନରେ ଏହା ହାଇଡ୍ରୋଜେନ୍ ଇନ୍ଧନ ବ୍ୟବହାର କରିବ। ସାଧାରଣ ଡିଜେଲ୍ ଟ୍ରେନ୍ ପରି ଧୂଆଁ ଛାଡ଼ିବ ନାହିଁ, ବରଂ ହାଇଡ୍ରୋଜେନ୍ ଇନ୍ଧନରେ ଚାଲିବ। ଏଥିରୁ ପ୍ରଦୂଷଣ କମିବ ଏବଂ ପରିବେଶ ସୁରକ୍ଷାରେ ବଡ଼ ସହାୟତା ମିଳିବ।ଏହି ଟ୍ରେନ ଉତ୍ତର ରେଳବାଇର (ନର୍ଦର୍ଣ୍ଣ ରେଲୱେ) ଜିନ୍ଦ-ସୋନିପତ ସେକସନରେ ଚଲାଯିବ। ବର୍ତ୍ତମାନ ଏହାକୁ ଏକ ପାଇଲଟ ପ୍ରୋଜେକ୍ଟ ଭାବେ ଆରମ୍ଭ କରାଯାଇଛି। ବିଶ୍ୱର ଅନ୍ୟତମ ବୃହତ୍ତମ ରେଳ ନେଟୱାର୍କ ଭାରତୀୟ ରେଳବାଇରେ ହାଇଡ୍ରୋଜେନ୍‌ ଚାଳିତ ଟ୍ରେନ୍‌ର ବ୍ୟବହାର କିଭଳି କରାଯାଇପାରିବ, ତାହା ପ୍ରଦର୍ଶନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହି ପଦକ୍ଷେପ ସହିତ ଭାରତ ଜର୍ମାନୀ, ଜାପାନ, ଚାଇନା ଏବଂ ଆମେରିକା ଭଳି ଦେଶଗୁଡ଼ିକର ତାଲିକାରେ ସାମିଲ ହୋଇଛି, ଯେଉଁମାନେ ହାଇଡ୍ରୋଜେନ୍‌ ଆଧାରିତ ରେଳ ପରିବହନ ବ୍ୟବସ୍ଥା ଉପରେ କାର୍ଯ୍ୟ କରୁଛନ୍ତି।

ଅଧିକ ପଢନ୍ତୁ