ଆଜି ଅପରାହ୍ନରେ ପାଗରେ ହଠାତ୍ ପରିବର୍ତ୍ତନ ଆସିଥିଲା। ବର୍ଷା କୁ ଖାତିର ନକରି ସୁରକ୍ଷା ବାହିନୀ ଓ ଶ୍ରଦ୍ଧାଳୁ ମାନେ ରଥ ଦକ୍ଷିଣ ମୋଡ଼ରେ ସାମିଲ୍ ହୋଇଥିଲେ। ଦର୍ପଦଳନ ରଥ ପରେ ତାଳଧ୍ଵଜ ରଥର ଦକ୍ଷିଣମୋଡ଼ ଆରମ୍ଭ ହେବା ମାତ୍ରେ ପ୍ରବଳ ବର୍ଷା ହୋଇଥିଲା। ସେହିପରି ନନ୍ଦିଘୋଷ ରଥର ମଧ୍ୟ ଦକ୍ଷିଣ ମୋଡ଼ ହୋଇପାରିନାହିଁ । ଆସନ୍ତାକାଲି ଦକ୍ଷିଣମୋଡ଼ କରାଯିବ । ୨୪ ତାରିଖରେ ବାହୁଡାଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣ ମୋଡ଼ କରି ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାର ଆଗରେ ରଖାଯାଇଛି ।
