ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସିଧାସଳଖ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଇସ୍ତଫା ଦେବା ଉଚିତ ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ଦିଲ୍ଲୀରେ ଘଟିଥିବା ଘଟଣା ଅତ୍ୟନ୍ତ ଗମ୍ଭୀର । ଅନେକ ଛାତ୍ରଙ୍କ ଉପରେ ହିଂସାତ୍ମକ ଆକ୍ରମଣ ହୋଇଛି । ଏହା ଅତ୍ୟନ୍ତ ଗମ୍ଭୀର ମାମଲା ବୋଲି କହିଛନ୍ତି ବିଜେଡି ସଭାପତି। ତେବେ ଦେଶବ୍ୟାପୀ ଚର୍ଚ୍ଚାରେ ଥିବା ଶିକ୍ଷାଗତ ଏବଂ ପ୍ରଶାସନିକ ବିବାଦକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିବା ପାଇଁ ବିଜେଡି ଏକ ସ୍ପଷ୍ଟ ଓ ଆକ୍ରାତ୍ମକ ରଣନୀତି ପ୍ରସ୍ତୁତ କରୁଛି।

ଅଧିକ ପଢନ୍ତୁ