ନିର୍ମାଣାଧୀନ ସୁଡ଼ଙ୍ଗ ଭୁଶୁଡିବା ଘଟଣା; ୨୦ ମୃତ, ଏବେ ବି ଫସିଛନ୍ତି ୫ ଜଣ

ସିକିମର ନାମଚି ଜିଲ୍ଲାରେ ଏକ ଜଳବିଦ୍ୟୁତ୍ ପ୍ରକଳ୍ପ ପାଇଁ ନିର୍ମାଣାଧୀନ ଏକ ସୁଡଙ୍ଗ ଭୁଶୁଡ଼ି ପଡ଼ିବା ପରେ ଫସି ରହିଥିଲେ ୨୭ ଜଣ। ସେମାନଙ୍କ ମଧ୍ୟରୁ ଅତି କମରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୫ ଜଣ ଏବେ ବି ଫସି ରହିଛନ୍ତି । ୧୬ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ନ୍ୟାସନାଲ ହାଇଡ୍ରୋଇଲେକ୍ଟ୍ରିକ୍ ପାୱାର କର୍ପୋରସେନ୍ (ଏନ୍ଏଚ୍ପିସି)ର ତିସ୍ତା ଷ୍ଟେଜ-୬ ଜଳବିଦ୍ୟୁତ୍ ପ୍ରକଳ୍ପର ଏହି ସୁଡ଼ଙ୍ଗ ନିର୍ମାଣ କରାଯାଉଥିଲା । ଭୂସ୍ଖଳନ ଯୋଗୁ ସୁଡ଼ଙ୍ଗ ଭୁଶୁଡ଼ି ପଡ଼ିଥିଲା । ଫଳରେ ସୁଡ଼ଙ୍ଗର ଉଭୟ ପ୍ରବେଶ ପଥ ବନ୍ଦ ହୋଇଯାଇଥିଲା । ତେଣୁ ଶ୍ରମିକମାନେ ବାହାରକୁ ବାହାରି ପାରିନଥିଲେ ।NHPC କହିଛି ଯେ ପଥର ସ୍ତରଗୁଡ଼ିକରେ ଫସି ରହିଥିବା ମିଥେନ ଗ୍ୟାସ ହଠାତ୍ ବାହାରିବା, ଧୂଆଁ ଏବଂ ବିଷାକ୍ତ ଗ୍ୟାସ ନିର୍ଗତ ହେବା ଯୋଗୁଁ ବିସ୍ଫୋରଣ ଘଟିଥିଲା। ଅପରପକ୍ଷରେ ଅଧିକାରୀମାନେ କହିଛନ୍ତି ଯେ ମିଥେନ ଗ୍ୟାସର ଉପସ୍ଥିତି ସନ୍ଧାନ ଅଭିଯାନରେ ବାଧା ସୃଷ୍ଟି କରୁଛି। ତେବେ ମୋଦି ଏହି ପ୍ରସଙ୍ଗରେ ରାଜ୍ୟ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗଙ୍କ ସହ କଥା ହୋଇଛନ୍ତି । ସେ ଉଦ୍ଧାର ଅଭିଯାନର ସମୀକ୍ଷା କରିଥିଲେ । ଏଥିସହ ସେ ପ୍ରତ୍ୟେକ ମୃତକଙ୍କ ପରିଜନଙ୍କୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ ଲାଗି ଘୋଷଣା କରିଛନ୍ତି । ସେହିଭଳି ରାଜ୍ୟ ସରକାର ମୃତକଙ୍କ ପରିଜନଙ୍କୁ ୪ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଦେବେ । ଏଥିସହ ଘଟଣାର ସବିଶେଷ ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଅଧିକ ପଢନ୍ତୁ