CMOରୁ ଫାଇଲ୍ ଗାୟବ ଘଟଣା: ପୂର୍ବତନ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ନୋଟିସ୍

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଗାୟବ ହେବା ଘଟଣାର ତଦନ୍ତକୁ ଆହୁରି ତ୍ୱରାନ୍ୱିତ କରିଛି କ୍ୟାପିଟାଲ୍ ଥାନା ପୋଲିସ। ୨୫ ତାରିଖ ଦିନ ୧୧ଟାରେ ହାଜର ହେବାକୁ ନବୀନ ପଟ୍ଟନାୟକଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କୁ ନୋଟିସ କରାଯାଇଛି । ଭୁବନେଶ୍ବର ଜୋନ-୧ ଏସିପିଙ୍କ ଅଫିସରେ ହାଜର ହେବାକୁ କୁହାଯାଇଛି । ଫାଇଲ ମିସିଂ ମାମଲାରେ ପୂର୍ବରୁ ୨ ଅଧିକାରୀଙ୍କୁ ସମନ କରିଥିଲା ପୋଲିସ । ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ର ପୋଲିସ ସମ୍ମୁଖରେ ହାଜର ହୋଇଥିବା ବେଳେ ପୂର୍ବତନ ଆଇଏଏସ୍ ଅଧିକାରୀ ରାଜେଶ ବର୍ମା ନିର୍ଦ୍ଧାରିତ ସମୟରେ ହାଜର ହୋଇନଥିବା ଜଣାପଡ଼ିଛି। ତାଙ୍କୁ ଆଜି ସକାଳ ୧୧ଟା ସୁଦ୍ଧା ଉପସ୍ଥିତ ହେବାକୁ ନୋଟିସ୍ ଦିଆଯାଇଥିଲା।୨୦୦୮ରେ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ଓ କନ୍ଧମାଳ ଦଙ୍ଗା ନେଇ ଜଷ୍ଟିସ ନାଇଡୁ କମିସନ ରିପୋର୍ଟ ଓ ୨୦୧୬ରେ ସମ ହସପିଟାଲ ଅଗ୍ନିକାଣ୍ଡର ଆରଡିସି ତଦନ୍ତ ରିପୋର୍ଟ ମିସିଂ ନେଇ କ୍ଯାପିଟାଲ ଥାନାରେ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ପାଇଁ ତିନିଜଣିଆ ସ୍ବତନ୍ତ୍ର ପୋଲିସ ଟିମ ଗଠନ କରାଯାଇଛି ।

ଅଧିକ ପଢନ୍ତୁ