ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ଓଡ଼ିଶା ପାଇଁ ଆସିଛି ସଫଳତା। ରାଜ୍ୟରେ HCL Tech ଏବଂ Sarvam AI ପ୍ରତିଷ୍ଠା କରିବାକୁ ଯାଉଛନ୍ତି ବିଶାଳ ପ୍ରକଳ୍ପ। ଏନେଇ ରାଜ୍ୟ ସରକାରଙ୍କ ସହ ସାକ୍ଷରିତ ହୋଇଛି ଗୁରୁତ୍ୱପୂର୍ଣ୍ଣ MOU। ଓଡ଼ିଶାରେ ସ୍ୱଦେଶୀ AI କ୍ଷମତା ବୃଦ୍ଧି ପାଇବା ସହ ଭବିଷ୍ୟତର ଡାଟା ଦେଶ ଭିତରେ ହିଁ ସୁରକ୍ଷିତ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ଏଚ୍ସିଏଲ୍ ଟେକ୍ନୋଲୋଜିସ୍ ଓଡ଼ିଶାରେ ଏହାର ଗ୍ଲୋବାଲ୍ ଟେକ୍ନୋଲୋଜି ସେଣ୍ଟର୍ ଏବଂ ଓଡ଼ିଶା ସୋଭରେନ ଏଆଇ ପାର୍କରେ ଏହାର ପ୍ରଥମ ଏଆଇ ଡାଟା ସେଣ୍ଟର ସ୍ଥାପନ କରିବ। ପ୍ରସ୍ତାବିତ ଡାଟା ସେଣ୍ଟରରେ କମ୍ପାନି୧୪,୨୫୭ କୋଟି ଟଙ୍କା ନିବେଶ କରିବ। ଏହାର ଡେଭେଲପ୍ମେଣ୍ଟ ସେଣ୍ଟର ୨୦୨୮ ସୁଦ୍ଧା କାର୍ଯ୍ୟକ୍ଷମ ହେବ। ଏଚ୍ସିଏଲ୍ ଟେକ୍ନୋଲୋଜିସ୍ର ନୂଆ ଡାଟା ସେଣ୍ଟର୍ କମ୍ପାନିର ପୂର୍ଣ୍ଣକାଳୀନ ଏଆଇ କ୍ଷମତା ଓ ସର୍ବମର ଫାଉଣ୍ଡେସନ ମଡେଲ୍କୁ ଉପଯୋଗ କରି ସାର୍ବଜନୀନ ଓ ଘରୋଇ ସଂସ୍ଥାଗୁଡ଼ିକ ପାଇଁ ସ୍ବତନ୍ତ୍ର ଏଆଇ ଆପ୍ଲିକେସନ ବିକାଶ କରିବ। ତାହା ସରକାରଙ୍କ ସୋଭରେଜନ ଏଆଇ ଲକ୍ଷ୍ୟକୁ ମଧ୍ୟ ପୂରଣ କରିବ। ତେବେ୬ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ। ସ୍ୱଦେଶୀ AI କ୍ଷମତା ବୃଦ୍ଧି ଓ ଡାଟା ସୁରକ୍ଷା ଲକ୍ଷ୍ୟ ରଖାଯାଇଛି।
