
ନୟାଗଡ଼,(ଓଡ଼ିଶା ଦର୍ପଣ): ଜିଲ୍ଲାର ଅଗ୍ରଣୀ ସଙ୍ଗୀତାନୁଷ୍ଠାନ ‘ସଙ୍ଗୀତଧାରା’ ଏବଂ ଜିଲ୍ଲା ଦେବୋତ୍ତର ବିଭାଗର ମିଳିତ ଆନୁକୂଲ୍ୟରେ ପବିତ୍ର ବାହୁଡ଼ା ଯାତ୍ରା ଉପଲକ୍ଷେ ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ନିକଟରେ ଏକ ଭଜନ ସମାରୋହ ବେଶ୍ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି।
ସଙ୍ଗୀତଧାରା ସମ୍ପାଦକ ତଥା ପ୍ରତିଷ୍ଠିତ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଅନେକ ଜଣାଶୁଣା କଣ୍ଠଶିଳ୍ପୀ ଭଜନ ପରିବେଷଣ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ସେମାନଙ୍କ ମଧ୍ୟରେ ସୁରଗନ୍ଧର୍ବ ନବକିଶୋର ମିଶ୍ର, ପ୍ରଶାନ୍ତ କୁମାର ଦାଶ, ଜୟଶ୍ରୀ ଦେବୀ,ରବୀନ୍ଦ୍ର କୁମାର ତ୍ରିପାଠୀ , ସ୍ଵପ୍ନେଶ୍ଵର ଜେନା,ମାଧବ ଡାକୁଆ, ଶୁଚିସ୍ମିତା ଦୋରା,ରୋଜାଲିନ ବାସନ୍ତରାୟ,ସୃଜନିକା ଦାଶ, ଗୋପୀନାଥ ସେଠି ପ୍ରମୁଖ ପ୍ରମୁଖ ଭଜନ ଗାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସଙ୍ଗୀତଧାରା ସଭାପତି ଡ. ବିଜୟ କୁମାର ଚୌଧୁରୀ ଏବଂ ମୁଖ୍ୟ ପୃଷ୍ଠପୋଷକ ପ୍ରମୋଦ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସନ୍ଧ୍ୟାର ଏହି ଭଜନ ସନ୍ଧ୍ୟା ସହରର ଭକ୍ତିପୂର୍ଣ୍ଣ ପରିବେଶକୁ ଅଧିକ ମନୋଜ୍ଞ କରିପାରିଥିଲା।
