ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପରଲୋକ

ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପରଲୋକ । ଭଟଲି ନିର୍ବାଚନମଣ୍ଡଳୀର ତିନି ଥର ବିଧାୟକ ଥିଲେ ସୁଶାନ୍ତ ସିଂ । ରାଜଧାନୀ ଭୂବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ସୁଶାନ୍ତ ସିଂଙ୍କ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୫୩ ବର୍ଷ ହୋଇଥିଲା। ସ୍ବର୍ଗତ ସିଂହ ବିଜେଡିର ଜଣେ ଆଗଧାଡ଼ିର ନେତା ଥିଲେ। ଗତ ୨୦୦୯ରୁ ୨୦୨୪ ପର୍ଯ୍ୟନ୍ତ କ୍ରମାଗତ ୩ଥର ବରଗଡ଼ ଜିଲା ଭଟଲି ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ସେ ନବୀନ ପଟ୍ଟନାୟକଙ୍କ ସରକାରରେ ଶ୍ରମମନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ସହିତ ସେ ବରଗଡ଼ ଜିଲା ଯୋଜନା କମିଟି ଅଧ୍ୟକ୍ଷ ପଦବୀରେ ମଧ୍ୟ ଥିଲେ। ତାଙ୍କ ଦେହାନ୍ତ ଖବର ପାଇ ରାଜ୍ୟର ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ବିଜେଡି ସମେତ ବିଭିନ୍ନ ଦଳର ନେତାମାନେ ତାଙ୍କ ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

ଅଧିକ ପଢନ୍ତୁ