ଭାରତୀୟ ସଂସ୍କୃତିରେ ଗୁରୁଙ୍କ ସ୍ଥାନ ସର୍ବୋଚ୍ଚ । ଯିଏ ଅଜ୍ଞାନର ଅନ୍ଧକାରରୁ ଜ୍ଞାନର ଆଲୋକ ଦେଖାନ୍ତି, ସେହି ହେଉଛନ୍ତି ଗୁରୁ । ଆଜି ପବିତ୍ର ଗୁରୁ ପୂର୍ଣ୍ଣିମା । ଏହି ଦିନ ଗୁରୁଙ୍କ ପ୍ରତି କୃତଜ୍ଞତା ପ୍ରକାଶ ସହ ଭଗବାନ ବିଷ୍ଣୁ, ମା’ ଲକ୍ଷ୍ମୀ ଏବଂ ମହର୍ଷି ବେଦବ୍ୟାସଙ୍କ ପୂଜା କରିବାର ବିଶେଷ ମହତ୍ତ୍ୱ ରହିଛି।ଏହାକୁ ବ୍ୟାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ, କାରଣ ଏହି ଦିନ ମହର୍ଷି ବେଦବ୍ୟାସଙ୍କ ଜନ୍ମଦିନ ବୋଲି ବିଶ୍ୱାସ କରାଯାଏ । ବେଦବ୍ୟାସ ଚାରି ବେଦର ବିଭାଜନ କରିବା ସହ ମହାଭାରତ ଓ ଅଠର ପୁରାଣ ରଚନା କରିଥିଲେ । ସେଥିପାଇଁ ତାଙ୍କୁ ସନାତନ ପରମ୍ପରାର ପ୍ରଥମ ଗୁରୁ ଭାବେ ସମ୍ମାନ ଦିଆଯାଏ ।ଧାର୍ମିକ ବିଶ୍ୱାସ ଅନୁଯାୟୀ, ଏହି ଦିନ ବ୍ରହ୍ମମୁହୂର୍ତ୍ତରେ ସ୍ନାନ ଓ ଦାନ କଲେ ବିଶେଷ ପୁଣ୍ୟ ଲାଭ ହୁଏ । ଦରିଦ୍ର, ଆବଶ୍ୟକତାରେ ଥିବା ଲୋକ ଓ ବ୍ରାହ୍ମଣଙ୍କୁ ଅନ୍ନ, ବସ୍ତ୍ର ଏବଂ ଦକ୍ଷିଣା ଦାନ କରିବାକୁ ଶୁଭ ମନାଯାଏ । ସେହିପରି ଗୁରୁଙ୍କ ଆଶୀର୍ବାଦ ଗ୍ରହଣ କଲେ ଜ୍ଞାନ, ବୁଦ୍ଧି, ବିବେକ ଓ ଜୀବନର ସଠିକ୍ ଦିଗ ପ୍ରାପ୍ତ ହୁଏ । ଗୁରୁ ପୂର୍ଣ୍ଣିମା କେବଳ ଏକ ଧାର୍ମିକ ପର୍ବ ନୁହେଁ, ବରଂ ଗୁରୁ, ଶିକ୍ଷକ, ମାତା-ପିତା ଏବଂ ଜୀବନରେ ସଠିକ୍ ପଥ ଦେଖାଇଥିବାମାଆ ହେଉଛିନ୍ତି ପ୍ରତ୍ୟେକଙ୍କ ଜୀବନର ପ୍ରଥମ ଗୁରୁ। ଯିଏ ନିଜ ମାଆଙ୍କୁ ସମ୍ମାନ ଦେଇ ଜାଣେନଦା ସେ କାହାକୁ ସମ୍ମାନ କରିବା ଶିଖି ପାରେନା।ମାଆଙ୍କ ପରେ ଯିଏ ଦୁନିଆ ସହ ପିଲାଟିର ପରିଚୟ କରାନ୍ତି ସେ ହେଉଛନ୍ତି ଶିକ୍ଷା ଗୁରୁ। ଯିଏ ଆମକୁ ଶିକ୍ଷା ଦାନ କରନ୍ତି ତାଙ୍କ ସ୍ଥାନ ବି ଅପୁରଣୀୟ।ସେହିପରି ଅନ୍ୟ ଜଣେ ଗୁରୁ ହେଉଛନ୍ତି ସଦ୍ଗୁରୁ। ଜୀବନରେ ଉଚିତ୍ ମାର୍ଗରେ ଚାଲିବା ପାଇଁ ସଦ୍ଗୁରୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।ଏମାନଙ୍କ ବ୍ୟତୀତ କେହି ଯଦି କିଛି ଆପଣଙ୍କୁ ଉତ୍ତମ ଶିକ୍ଷା ଦେଉଛନ୍ତି ବା ଭୁଲ୍, ଠିକ୍ ଭିତରର ପାର୍ଥକ୍ୟ ବୁଝାଉଛନ୍ତି ସେ ବି ଗୁରୁ ହୋଇଥାନ୍ତି।
