ଏବେ ୬୮୦ ଟଙ୍କାରେ ମିଳିବ ଟ୍ରାକ୍ଟର ବାଲି-ବିଭୂତି ଜେନା

ବାଲି ଚୋରା କାରବାର ରୋକିବା ପାଇଁ ସରକାରର ପଦକ୍ଷେପ ନେଇଛନ୍ତି । ଏମଏସପିଠୁ ଅଧିକ ଦରରେ ବିକ୍ରି ହୋଇପାରିବନି ବାଲି କହିଲେ ପରିବହନ ମନ୍ତ୍ରୀ । ବାଲିର ଏମଏସପି ୩୪୦ ଟଙ୍କା ଧାର୍ଯ୍ୟ ହୋଇଛି କହିଛନ୍ତି, ବିଭୂତି ଜେନା । ପ୍ରଥମ ପର୍ଯ୍ୟାୟରେ ଇ- ବଟେରୀ ଜରିଆରେ ନିଲାମ ହେବ ଶହେରୁ ଅଧିକ ଖାଦାନ ।ବର୍ତ୍ତମାନ ରାଜ୍ୟର ଅନେକ ସ୍ଥାନରେ ଗୋଟିଏ ଟ୍ରାକ୍ଟର ବାଲି ୨ ହଜାରରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବାରୁ ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ରୋକିବା ଏବଂ ସାଧାରଣ ଲୋକଙ୍କୁ ଉପଯୁକ୍ତ ଦରରେ ବାଲି ଯୋଗାଇବା ଉଦ୍ଦେଶ୍ୟରେ ସରକାର ଏମଏସପି ବ୍ୟବସ୍ଥା ଲାଗୁ କରିଛନ୍ତି ।ଅନ୍ୟପଟେ, କିଛି ସ୍ଥାନରେ ଘରୋଇ ନିର୍ମାଣ କାମ ପାଇଁ ଦିଆଯାଉଥିବା ବାଲି ପରମିଟ୍‌ର ଅପବ୍ୟବହାର ହେଉଥିବା ସରକାରଙ୍କ ନଜରକୁ ଆସିଛି । ଏହାକୁ ଗୁରୁତ୍ୱର ସହ ନେଇ ପରମିଟ୍‌ ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅଧିକ ପଢନ୍ତୁ