ନରେନ୍ଦ୍ର ନାମକୁ ଘୃଣା କରେ…. ପାକିସ୍ତାନୀ ବକ୍ସରଙ୍କ କଥା ଶୁଣି ହସିଲେ ମୋଦି

୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପ୍ରଦର୍ଶନ ଐତିହାସିକ ଥିଲା। ଦେଶ ୧୩ଟି ସ୍ବର୍ଣ୍ଣ ସହିତ ମୋଟ ୩୯ଟି ପଦକ ହାସଲ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାସଭବନରେ ପଦକ ବିଜେତା ଖେଳାଳିମାନଙ୍କୁ ଭେଟିଥିଲେ। ଏହି ସାକ୍ଷାତ ସମୟରେ, ରୌପ୍ୟ ପଦକ ଜିତିଥିବା ଭାରତୀୟ ବକ୍ସର ନରେନ୍ଦ୍ର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଜଣେ ପାକିସ୍ତାନୀ ବକ୍ସରଙ୍କ ସହ ଜଡିତ ଏକ ଆକର୍ଷଣୀୟ କାହାଣୀ ବାଣ୍ଟିଥିଲେ। ଯାହା ଶୁଣିବା ପରେ ପ୍ରଧାନମନ୍ତ୍ରୀ ମୋଦି ହସିଥିଲେ ।ସେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ, ୨୦୧୫ ସାମରିକ କ୍ରୀଡ଼ାରେ ତାଙ୍କର ପ୍ରଥମ ଲଢ଼େଇ ଜଣେ ପାକିସ୍ତାନୀ ବକ୍ସରଙ୍କ ବିପକ୍ଷରେ ରହିଥିଲା । ନରେନ୍ଦର କହିଛନ୍ତି ଯେ, ତାଙ୍କୁ ସେନା ପକ୍ଷରୁ ଏକ ଫୋନ୍ ଆସିଥିଲା ଯେଉଁଥିରେ ତାଙ୍କୁ ପାକିସ୍ତାନଠାରୁ ହାରିବାର ନାହିଁ ବୋଲି କୁହାଯାଇଥିଲା । ନରେନ୍ଦର ପ୍ରଥମ ମୁକାବିଲା ୪-୧ରେ ଜିତିଥିଲେ ଏବଂ ଦ୍ୱିତୀୟ ମୁକାବିଲା ୩-୨ରେ ମଧ୍ୟ ଜିତିଥିଲେ ।

ନରେନ୍ଦର କହିଥିଲେ ଯେ, ତାଙ୍କ ପ୍ରଶିକ୍ଷକଙ୍କ ନାମ ମଧ୍ୟ ନରେନ୍ଦ୍ର ରାଣା ଥିଲା ଏବଂ ମୋଦି ମଧ୍ୟ ୨୦୧୪ ରେ ପ୍ରଧାନମନ୍ତ୍ରୀ ହୋଇଥିଲେ । ଏହି କାରଣରୁ ପାକିସ୍ତାନୀ ବକ୍ସର ନରେନ୍ଦରଙ୍କୁ କହିଥିଲେ, ମୁଁ ତୁମକୁ କିଛି କହିବାକୁ ଚାହୁଁଛି । ତୁମର ନାମ ନରେନ୍ଦର । ତୁମର ପ୍ରଶିକ୍ଷକଙ୍କ ନାମ ମଧ୍ୟ ନରେନ୍ଦ୍ର । ତୁମର ପ୍ରଧାନମନ୍ତ୍ରୀଙ୍କ ନାମ ମଧ୍ୟ ନରେନ୍ଦ୍ର । ମୁଁ ଏବେ ନରେନ୍ଦ୍ର ନାମକୁ ଘୃଣା କରେ । ଭାରତୀୟ ବକ୍ସରଙ୍କଠାରୁ ଏହି କଥା ଶୁଣିବା ପରେ ପ୍ରଧାନମନ୍ତ୍ରୀ କିଛି ସମୟ ପାଇଁ ହସିଲେ ।

ଅଧିକ ପଢନ୍ତୁ