ସମସ୍ତ କୃଷକଙ୍କୁ ମିଳିବ ଟୋକନ। ରାଜ୍ୟର ସମସ୍ତ କୃଷକଙ୍କ ରେଜିଷ୍ଟ୍ରେସନ୍ କରାଯିବ। କାହାର ବି ଟୋକନ ବ୍ରେକ ହେବ ନାହିଁ। ସରକାର ସମସ୍ତ କୃଷକଙ୍କ ଠାରୁ ଧାନ କ୍ରୟ କରିବେ। କୃଷକମାନଙ୍କୁ ହଇରାଣ କରିବା ଆମ ସରକାରଙ୍କ ମନ୍ତ୍ର ନୁହେଁ।ଜମି ମାଲିକ ଏବଂ ଭାଗ ଚାଷୀମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ମୋବାଇଲ୍ ଆପ୍ ପ୍ରସ୍ତୁତ କରାଯାଇଛି। ଏହି ଆପ୍ ମାଧ୍ୟମରେ ସେମାନେ ଫେସ୍ ଅଥେଣ୍ଟିକେସନ୍ ମାଧ୍ୟମରେ ନିଜର ରେଜିଷ୍ଟ୍ରେସନ୍ କରିପାରିବେ। ରେଜିଷ୍ଟ୍ରେସନ୍ ପାଇଁ ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସମୟ ରହିଛି। ଆବଶ୍ୟକତା ଅନୁଯାୟୀ ଏହି ସମୟସୀମା ଆହୁରି ବୃଦ୍ଧି କରାଯିବ ବୋଲି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି।
