ସିରିଆର ପୂର୍ବତନ ରାଷ୍ଟ୍ରପତି ବଶାର ଅଲ-ଅସଦଙ୍କୁ ମୃତ୍ୟୁ ଦଣ୍ଡ

ସିରିଆର ଏକ କୋର୍ଟ ପୂର୍ବତନ ରାଷ୍ଟ୍ରପତି ବଶାର ଅଲ-ଅସଦଙ୍କୁ ‘ମାନବତା ବିରୋଧୀ ଅପରାଧ’ ଏବଂ ‘ଯୁଦ୍ଧ ଅପରାଧ’ ମାମଲାରେ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡ ଶୁଣାଇଛନ୍ତି। ୧୪ ବର୍ଷ ଧରି ଚାଲିଥିବା ଗୃହଯୁଦ୍ଧରେ ପ୍ରାୟ ୫ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଅସଦଙ୍କ ବ୍ୟତୀତ ତାଙ୍କ ସାନ ଭାଇ ତଥା ସିରିଆ ସେନାର ପୂର୍ବତନ ସୈନିକ ଅଲ-ଅସଦଙ୍କୁ ମଧ୍ୟ ଅଦାଲତ ମୃତ୍ୟୁ ଦଣ୍ଡ ଦେଇଛନ୍ତି। ଏମାନଙ୍କ ଉପରେ ଲାଗିଥିବା ଅଭିଯୋଗଗୁଡ଼ିକ ମଧ୍ୟରେ ପୂର୍ବପରି କଳ୍ପିତ ହତ୍ୟା, ନିର୍ଯାତନା, ମନମୁଖୀ ଗିରଫ ଏବଂ ମାନବତା ବିରୋଧୀ ଅପରାଧ ରହିଛି ।୨୦୨୪ ଡିସେମ୍ବରରେ ବିଦ୍ରୋହୀ ଆକ୍ରମଣ ପରେ ବଶର ଅଲ ଅସଦ କ୍ଷମତାରୁ ହଟିଥିଲେ ଏବଂ ପରେ ରୁଷିଆକୁ ଯାଇଥିଲେ ।ହାଫେଜ ଅଲ-ଅସଦ ଏବଂ ତାଙ୍କ ପୁଅ ବଶାର ଅଲ-ଅସଦ ପ୍ରାୟ ୫୦ ବର୍ଷରୁ ଅଧିକ ସମୟ ଧରି ସିରିଆରେ ଶାସନ କରିଥିଲେ। ୨୦୧୧ ମସିହାରେ ‘ଆରବ ସ୍ପ୍ରିଙ୍ଗ’ ସମୟରେ ଏହି ଏକଛାତ୍ରବାଦୀ ଶାସନ ବିରୋଧରେ ସାରା ଦେଶରେ ବିଦ୍ରୋହ ସୃଷ୍ଟି ହୋଇଥିଲା। ଏହା ୧୩ ବର୍ଷ ଧରି ଏକ ଭୟଙ୍କର ଗୃହଯୁଦ୍ଧରେ ପରିଣତ ହୋଇଥିଲା, ଯେଉଁଥିରେ ଲକ୍ଷ ଲକ୍ଷ ଲୋକ ଶରଣାର୍ଥୀ ଭାବେ ଲେବାନାନ, ଜୋର୍ଡାନ, ତୁର୍କୀ ଓ ୟୁରୋପକୁ ପଳାୟନ କରିବାକୁ ବାଧ୍ୟ ହୋଇଥିଲେ। ନୂତନ ଅନ୍ତରୀଣ ପ୍ରଶାସନ ପୂର୍ବତନ ସରକାରଙ୍କ ପ୍ରମୁଖ ନେତାମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

ଅଧିକ ପଢନ୍ତୁ