Oplus_131072

“ପୋସ୍ ଅଧିନିୟମ” ସମ୍ପର୍କିତ କର୍ମଶାଳା

ନୟାଗଡ଼,(ଓଡ଼ିଶା ଦର୍ପଣ ): ଲାଠିପଡ଼ାସ୍ଥିତ ମଡେଲ ଡିଗ୍ରୀ କଲେଜଠାରେ, ଶକ୍ତିଶ୍ରୀ କାର୍ଯ୍ୟକ୍ରମ ଅନ୍ତର୍ଗତ “ପୋସ୍ ଅଧିନିୟମ” ସମ୍ପର୍କିତ ଏକ କର୍ମଶାଳା ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା  | ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କୁ କର୍ମକ୍ଷେତ୍ରରେ ଯୌନ ଉତ୍ ପୀଡ଼ନରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ପୋସ୍ ଅଧିନିୟମ ପ୍ରଣୟନ କ୍ଷେତ୍ରରେ ସୁପ୍ରିମ କୋର୍ଟଙ୍କ ମହତ ଉଦ୍ଦେଶ୍ୟ ସମ୍ବନ୍ଧରେ ବରିଷ୍ଠ  ଆଇନଜୀବୀ ଦଣ୍ଡପାଣି ସ୍ବାଇଁ ଛାତ୍ରଛାତ୍ରୀଙ୍କୁ ସୂଚାଇଥିଲେ | ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଚ୍ଛଖଣ୍ଡ ଏହି  ଆଇନ ସଂପର୍କିତ ବିଶଦ ଆଲୋଚନା କରିଥିଲେ | ଅନ୍ୟତମ ସଦସ୍ୟା କ୍ଷଣପ୍ରଭା କର ଏହି ଆଇନ ବିଷୟରେ ଏକ କବିତା ପଠନ କରିଥିଲେ | ଦୀପିକା ରାଣୀ ତୁରୁକ ମଞ୍ଚ ପରିଚାଳନା କରିଥିବା ବେଳେ ଶକ୍ତିଶ୍ରୀ ସଂଯୋଜିକା ରୀତିଶ୍ରୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ |

ଶ୍ରୀମତି ଅଞ୍ଜଳି ମଚ୍ଛଖଣ୍ଡ ଛାତ୍ରଛାତ୍ରୀମାନଙ୍କୁ ଏହି ଆଇନ ସମ୍ବର୍ଦ୍ଧିତ ଭିଡିଓ ପ୍ରଦର୍ଶନ କରିବା ସହିତ ପ୍ରଶ୍ନୋତ୍ତର ମାଧ୍ୟମରେ ଭାବ ଆଦାନପ୍ରଦାନ କରିଥିଲେ. ପ୍ରାୟ ୨୦୦ ଛାତ୍ରଛାତ୍ରୀ ସଭାରେ ଭାଗ ନେଇଥିବାବେଳେ ଗୌରମୋହନ ସାହୁ, ଡକ୍ଟର ଜ୍ୟୋତ୍ସ୍ନାରାଣୀ କର, ଡକ୍ଟର ସନ୍ତୋଷ କୁମାର ବେହେରା, ଡକ୍ଟର ପ୍ରକାଶ କୁମାର ସାହୁ, ଡକ୍ଟର ଅପରାଜିତା ମିଶ୍ର, ବିଜୟିନୀ ଶୁଭଦର୍ଶିନୀ, ବିଜୟ କୁମାର ସାହୁ, ରୀନାବାଳା ଘଡ଼େଇ, ଡକ୍ଟର ଗିରିଶ ଚନ୍ଦ୍ର ନାୟକ, ଶ୍ରୀ ଅଜୟ କୁମାର ସେଠୀ, ବିଭୁତି ଭୁଶଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ |

ଅଧିକ ପଢନ୍ତୁ